ଶିମିଳିପାଳ ଅଭୟାରଣ୍ୟର ୩୦ଟି ସ୍ଥାନ ଲାଗିଛି ନିଆଁ, ଆୟତ୍ତ ପାଇଁ ଚାଲିଛି ଉଦ୍ୟମ

Published By : Prameya-News7 Bureau | April 21, 2024 IST

କରଞ୍ଜିଆ ୨୧।୦୪ : ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ । ଅଭୟାରଣ୍ୟର ୩୦ଟି ସ୍ଥାନରେ ଲାଗିଛି ନିଆଁ । ଲାଗିଥିବା ନିଆଁକୁ ଆୟତ୍ତ ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । 

ଖବର ଅନୁଯାୟୀ, ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ତାଳବନ୍ଧ, ଗୁରୁଗୁଡିଆ ଓ କେନ୍ଦୁମୁଣ୍ଡି ରେଞ୍ଜ ଅଞ୍ଚଳରେ ୨୦ ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ନଅଣା, ପିଠାବଟା ଓ ଡୁକୁରା ରେଞ୍ଜ ଅଞ୍ଚଳରେ ୧୦ ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି । ଯାହାପରେ ଆକ୍ସନକୁ ଆସିଛି ବନବିଭାଗ । ସ୍ଥାନୀୟ ବନବିଭାଗ ଟିମ୍‌ ତୁରନ୍ତ ନିଆଁକୁ ଆୟତ୍ତ ଲାଗି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି । ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଏହି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.