ଝାରସୁଗୁଡ଼ା ୫।୮: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକଙ୍କ ନାଁରେ ଏତଲା । ଏୟାରପୋର୍ଟ ଥାନାରେ ନିର୍ଦ୍ଦେଶକ ସନ୍ଦୀପ ତିଓ୍ବାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ସହଯୋଗୀ କର୍ମଚାରୀ ସନ୍ଦୀପ କୁମାର ମିଞ୍ଜଙ୍କୁ ମାଡ଼ ମାରିବା ସହ ଖରାପ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରେ ଥାନାରେ ଏତଲା ଦିଆଯାଇଛି ।
ମଙ୍ଗଳବାର ସକାଳୁ ବିମାନବନ୍ଦର ନିର୍ଦ୍ଦେଶକଙ୍କ ଚାମ୍ବରକୁ ଯାଇଥିଲେ କର୍ମଚାରୀ ୟୁନିଅନର ସଭାପତି ତଥା ଆଟେଣ୍ଡାଣ୍ଟ ସନ୍ଦୀପ କୁମାର ମିଞ୍ଜ । ବିମାନବନ୍ଦର ପରିସରରେ ବାଲି, ଚିପ୍ସ ଓ ପାଉଁଶ ଗଦା କରି କିଏ ବେପାର କରୁଛି ବୋଲି ନିର୍ଦ୍ଦେଶକଙ୍କୁ ପ୍ରଶ୍ନ କରିଥିଲେ । ଫଳରେ ନିର୍ଦ୍ଦେଶକ ସନ୍ଦୀପ ତିଓ୍ବାରୀ ଉତ୍ତ୍ୟକ୍ତ ହୋଇ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ଜାତିକୁ ନେଇ ଆକ୍ଷେପ କରି ଗାଳିଗୁଲଜ କରିଥିଲେ । ଏ ନେଇ ସେ ବିମାନବନ୍ଦର ଥାନାରେ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
You Can Read:
ମୃତ୍ୟୁ ଏମିତି ବି ଆସେ : ସ୍ତ୍ରୀ ସହ ଗ୍ରାହକ ସେବାକେନ୍ଦ୍ରକୁ ଆସିଥିଲେ, ତଳେପଡ଼ି ଚାଲିଗଲା ସ୍ବାମୀଙ୍କ ଜୀବନ