ପ୍ରମାଣ ଥାଇ ବି କାହିଁକି ହେଉନି ଆକ୍ସନ, ନ୍ୟାୟ ପାଇଁ ସପରିବାର ଗୁହାରି କଲେ ମହିଳା RI

Published By : Prameya-News7 Bureau | June 14, 2025 IST

ପିପିଲି ୧୪।୬: ଥାନାରେ ଭୋ ଭୋ କାନ୍ଦିଲେ ମହିଳା ଆରଆଇ । ଅଭିଯୁକ୍ତଙ୍କୁ ଗିରଫ ନ କରାଯିବାର କାରଣ ପଚାରି ବୁଝିଲେ ।ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଜିଲ୍ଲାପାଳଙ୍କୁ ନ୍ୟାୟ ପାଇଁ ଗୁହାରି କଲେ । ପିପିଲି ଥାନାରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ ।

ଶନିବାର ପୂର୍ବାହ୍ନରେ ପିପିଲି ଥାନାରେ ନିଜ ପରିବାର ସହିତ ପିପିଲି ଥାନା ଅଧିକାରୀଙ୍କୁ ଭେଟି ଅଭିଯୁକ୍ତଙ୍କୁ ଗିରଫ ନ କରାଯିବାର କାରଣ ପଚାରି ବୁଝିଥିଲେ । ପିପିଲି ଆଇଆଇସି ଓ ପିପିଲି ଏସଡିପିଓଙ୍କୁ ଭେଟି ଅତିରିକ୍ତ ତହସିଲଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଘଟଣା ଘଟିବାର ପ୍ରାୟ ୨୧ ଦିନ ହେଲାଣି ପୋଲିସ ମାମଲା ରୁଜୁ କରି ଚୁପ୍ ବସିଥିବା ବେଳେ ସିସିଟିଭି ଫୁଟେଜ ଭଳି ତଥ୍ୟ ଥାଇ ମଧ୍ୟ କ’ଣ ପାଇଁ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ଆରଆଇଙ୍କ ପରିବାର । ମୁଁ କେବଳ ମୋ ଝିଅ ପାଇଁ ନ୍ୟାୟ ମାଗୁନାହିଁ ଭାରତର ସମସ୍ତ ଝିଅ ପାଇଁ ନ୍ୟାୟ ମାଗୁଛି ବୋଲି ମହିଳା ଆରଆଇଙ୍କ ମାଆ କହିଛନ୍ତି । ସ୍ବାମୀ, ବାପା, ମାଆ ଓ ପିଲା ମାନଙ୍କୁ ଧରି ପିପିଲି ଆଇଆଇସିଙ୍କୁ ଭେଟିଥିଲେ । 

ସୂଚନାଯୋଗ୍ୟ ଯେ, ମେ’ ୨୪ ତାରିଖରେ ପିପିଲି ଅତିରିକ୍ତ ତହସିଲଦାର ପ୍ରବୋଧ କୁମାର ମହାନ୍ତି ପିପିଲି ତହସିଲ କାର୍ଯ୍ୟାଳୟରେ ଅସଦାଚରଣ କରିଥିବା ନେଇ ପିପିଲି ଥାନାରେ ଅଭିଯୋଗ କରିଥିଲେ ମହିଳା ଆରଆଇ । ଅଭିଯୋଗ ପରେ ପିପିଲି ପୋଲିସ ମାମଲା ରୁଜୁ କରିବା ସହ ପିପିଲି ତହସିଲଦାର ଇଣ୍ଟରନାଲ କମିଟି ଗଠନ କରିଥିଲେ । ମାତ୍ର ଅତିରିକ୍ତ ତହସିଲଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବଦଳି କରାଯାଇ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି । ଏଣେ ମହିଳା ଆରଆଇ ନ୍ୟାୟ ପାଇଁ ଏ ଦୁଆର ସେ ଦୁଆର ହେଉଛନ୍ତି ।

You Can Read:

କେରଳରୁ ଗାଁକୁ ଫେରୁଥିଲେ, ହେଲେ ଗାଁରେ ପହଞ୍ଚିପାରିଲେନି : ବାଇକ୍ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.