ଟିଭି, ଫ୍ରିଜ୍ ଓ ସ୍ମାର୍ଟଫୋନ୍ ହେବ ଶସ୍ତା: ଶୁଳ୍କ ଭୟରେ ଭାରତକୁ ଇଲେକ୍ଟ୍ରୋନିକ୍ସ ଉପରେ ଡିସ୍‌କାଉଣ୍ଟ ଅଫର କଲା ଚୀନ

Published By : Prameya-News7 Bureau | April 10, 2025 IST

internet

ନୂଆଦିଲ୍ଲୀ: ପରସ୍ପର ଉପରେ ଶୁଳ୍କ ଲଦିବା ପରେ  ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଆମେରିକା ଚୀନ ଉପରେ ୧୨୪ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ କାଳେ ଚୀନ ସାମଗ୍ରୀ  ମହଙ୍ଗା ହୋଇଯିବ ଏଥିପାଇଁ ଚୀନ ଇଲେକ୍ଟ୍ରୋନିକ୍ ନିର୍ମାତାମାନେ ଏବେ ଭାରତ ଆଡ଼କୁ ଆଶା ଦୃଷ୍ଟିରେ ଚାହିଁ ରହିଛନ୍ତି। 

ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଚୀନ କମ୍ପାନୀମାନେ ବର୍ତ୍ତମାନ ଭାରତକୁ ୫% ପର୍ଯ୍ୟନ୍ତ ରିହାତି ଅଫର କରୁଛନ୍ତି। ଏପରି ପରିସ୍ଥିତିରେ, ଭାରତୀୟ ଇଲେକ୍ଟ୍ରୋନିକ୍ସ ନିର୍ମାତାମାନେ ଚାହିଦା ବୃଦ୍ଧି କରିବା ପାଇଁ ଏହି ରିହାତିର କିଛି ଅଂଶ ଗ୍ରାହକଙ୍କୁ ଦେଇପାରିବେ।

ଏଭଳି ପରିସ୍ଥିତିରେ, ଭାରତୀୟ ଇଲେକ୍ଟ୍ରୋନିକ୍ସ ନିର୍ମାତାମାନେ ମାର୍କେଟ୍‌ରେ ଚାହିଦା ବୃଦ୍ଧି କରିବା ପାଇଁ ଚୀନର ଏହି ରିହାତିର କିଛି ଅଂଶ ଗ୍ରାହକଙ୍କୁ ଯୋଗାଇ ଦେଇପାରନ୍ତି। ଏହି ପଦକ୍ଷେପ ଦ୍ୱାରା ଭାରତରେ ଟିଭି, ରେଫ୍ରିଜରେଟର, ସ୍ମାର୍ଟଫୋନ ଭଳି ଅନେକ ଇଲେକ୍ଟ୍ରୋନିକ୍ ଜିନିଷ ଶସ୍ତା ହୋଇପାରିବ। ଏନେଇ ଇକୋନୋମିକ୍ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି।

 

ଡିମାଣ୍ଡ୍‌ କମିଯିବା ନେଇ ଚିନ୍ତାରେ ଚୀନ୍ କମ୍ପାନୀ

ବିଶେଷଜ୍ଞଙ୍କ କହିବା କଥା ହେଲା ବାଣିଜ୍ୟ ଯୁଦ୍ଧ ଯୋଗୁ ଚୀନରୁ ଆମେରିକାକୁ ଆସୁଥିବା ସାମଗ୍ରୀ ମହଙ୍ଗା ହୋଇଯିବ, ଯେଉଁଥିରେ ଡିମାଣ୍ଡ ହ୍ରାସ ପାଇପାରେ। ତେଣୁ ବର୍ତ୍ତମାନ ଚୀନ କମ୍ପାନୀମାନେ ସେହି ଚିନ୍ତାରେ ରହିଛନ୍ତି। ଡିମାଣ୍ଡ ହ୍ରାସ ପାଇବା ଚିନ୍ତାରେ ଚୀନ୍ କମ୍ପାନୀ ଉପରେ ଚାପ ସୃଷ୍ଟି ହୋଇଛି। ଏପରି ପରିସ୍ଥିତିରେ, ଚାହିଦା ବୃଦ୍ଧି କରିବା ପାଇଁ, ଏହି ଚୀନ କମ୍ପାନୀମାନେ ଭାରତୀୟ କମ୍ପାନୀଗୁଡ଼ିକୁ ରିହାତି ଦେଉଛନ୍ତି।

ବର୍ତ୍ତମାନ ଆମେରିକା ଉପରେ ଚୀନ ମୋଟ ୧୫୧ ପ୍ରତିଶତ ଶୁଳ୍କ ଲଦିଥିବା ବେଳେ ଆମେରିକା ୧୨୫ ପ୍ରତିଶତ ଶୁଳ୍କ ଲଦିଛି। ଏହି ଶୁଳ୍କ ପରେ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଆମେରିକା ଖୁବ୍ ମହଙ୍ଗା ହୋଇଯିବ। ୧୦୦ ଡଲାର ସାମଗ୍ରୀ ଆମରିକାରେ ୨୨୫ ଡଲାରରେ ବିକ୍ରି ହେବ। ଫଳରେ ଚୀନ ସାମଗ୍ରୀର ଡିମାଣ୍ଡ ହ୍ରାସ ପାଇବ।   

ସୂଚନା ଥାଉକି ଏପ୍ରିଲ ୯ ତାରିଖରେ, ଡୋନାଲ୍ଡ ଟ୍ରମ୍ପ ଚୀନ ବ୍ୟତୀତ ଅନ୍ୟ ସମସ୍ତ ଦେଶ ଉପରେ ପାଲଟା ଶୁଳ୍କକୁ ୯୦ ଦିନ ପାଇଁ ସ୍ଥଗିତ ରଖିଥିଲେ। ଏନେଇ ଟ୍ରମ୍ପ କହିଥିଲେ ଯେ ଚୀନ୍ ବିଶ୍ୱ ବଜାର ପ୍ରତି ସମ୍ମାନ ଦେଖାଇ ନାହିଁ। ସେଥିପାଇଁ ମୁଁ ସେହି ଶୁଳ୍କକୁ ୧୨୫% କୁ ବୃଦ୍ଧି କରୁଛି। ଆଶା କରୁଛି ଚୀନ୍ ଖୁବ୍ ଶୀଘ୍ର ବୁଝିବ ଯେ ଆମେରିକା ଏବଂ ଅନ୍ୟାନ୍ୟ ଦେଶକୁ ଲୁଟିବାର ଦିନ ଶେଷ ହୋଇଗଲାଣି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.