ଫାଷ୍ଟଫୁଡ୍ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | August 15, 2025 IST

ରାୟଗଡ଼ା ୧୫।୮: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାୟଗଡାର ଫାଷ୍ଟଫୁଡ୍ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ ହୋଇଛି । ଆକ୍ରମଣରେ ଆହତ ହୋଇଥିବା ବ୍ୟବସାୟୀ ପ୍ରମୋଦ ଅଗ୍ରୱାଲଙ୍କୁ ଗୁରୁତର ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସିଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ଡାହାଣ ହାତରେ ଭୁଜାଲି ମାଡ ହୋଇଥିବା ଜଣାପଡିଛି । ଏନେଇ ରାୟଗଡା ଟାଉନ୍ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଛି । ଭୁଜାଲିରେ ଆକ୍ରମଣ କରିଥିବା ଯୁବକ ଜଣେ ସ୍କ୍ରାପ୍ ବ୍ୟବସାୟୀ ହୋଇଥିବା ବେଳେ ତାଙ୍କ ପରିଚୟ ମିଳିନାହିଁ । 

ସୂଚନାଯୋଗ୍ୟ ଯେ, ପ୍ରମୋଦ ଫାଷ୍ଟଫୁଡ୍ ଦୋକାନରେ ବସିଥିବା ବେଳେ ଦୁର୍ବୃତ୍ତ ଜଣକ ଏକ ଭୁଜାଲିରେ ତାଙ୍କ ବେକକୁ ହାଣିବାକୁ ଉଦ୍ୟମ କରିଥିଲା । ତେବେ ଆତ୍ମରକ୍ଷା କରିବା ସହ ପ୍ରମୋଦ ହାତକୁ ଉପରକୁ ଉଠାଇ ଦେଇଥିବା ବେଳେ ହାତରେ ଭୁଜାଲି ମାଡ ହୋଇଛି । ପୂର୍ବରୁ ମଧ୍ୟ ଉକ୍ତ ଦୁର୍ବୃତ୍ତ ପ୍ରମୋଦକୁ ଆକ୍ରମଣ କରିଥିବା ବେଳେ ଥାନାରେ ମଧ୍ୟ ଏତଲା ଦିଆଯାଇଛି । ପ୍ରାଥମିକ ଚିକିତ୍ସା ପରେ ଆହତ ପ୍ରମୋଦ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

You Can Read:

ଭଦ୍ରକରେ ଜିଲ୍ଲା ସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ପାଳିତ, ପତାକା ଉତ୍ତୋଳନ କଲେ ନଗର ଉନ୍ନୟନ ମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.