ଧାନ ବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ, ଅଟକିଛି ଅନେକ ଗାଡ଼ି

Published By : Prameya-News7 Bureau | June 09, 2025 IST

ବ୍ରହ୍ମଗିରି ୦୯।୦୬ : ରାସ୍ତା ଅବରୋଧ କଲେ ଚାଷୀ । ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତା ଅବରୋଧ କଲେ ଶହ ଶହ ଚାଷୀ । ଯାହାଫଳରେ ରାସ୍ତାର ଉଭୟ ପଟେ ଅନେକ ଗାଡ଼ିମୋଟର ଅଟକି ରହିଛି । 

 ଖବର ଅନୁଯାୟୀ, ବ୍ରହ୍ମଗିରି ବ୍ଲକ ଅଧିନ ରାମଚନ୍ଦ୍ରପୁର ସୋସାଇଟି ମଣ୍ଡିରୁ ଚାଷୀଙ୍କ ଧାନା ବିକ୍ରି ହେଉନଥିବାର ଅଭିଯୋଗ ଆସିଥିଲା । ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କେହି ଶୁଣିଲେନି । ଶେଷରେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଚାଷୀ । ଶହ ଶହ ଚାଷୀ ଧାନ ବସ୍ତା ରାସ୍ତାରେ ରଖି ଆନ୍ଦୋଳନ କରୁଛନ୍ତି । ଏପିରିକି ଟାୟାର ଜାଳି ବସି ରାସ୍ତା ଅବରୋଧ କରୁଛନ୍ତି ଚାଷୀ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.