ଛୁଟି ଦିନ ଓ ରବିବାରରେ ହେବ ଚାଷୀ ପଞ୍ଜୀକରଣ, ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

Published By : Prameya-News7 Bureau | August 13, 2025 IST

ଭୁବନେଶ୍ବର ୧୩।୮: ଛୁଟି ଦିନରେ ହେବ ଚାଷୀ ପଞ୍ଜୀକରଣ । ଟାର୍ଗେଟ୍ ପୂରଣ ନହେବାରୁ ଏଭଳି ନିଷ୍ପତ୍ତି ନେଇଛି ବିଭାଗ । ଛୁଟି ଦିନ ସହ ରବିବାରରେ ମଧ୍ୟ ଚାଷୀ ପଞ୍ଜୀକରଣ କରାଯିବ । ଏ ନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଛୁଟି ଦିନ ଓ ରବିବାରରେ ଅଫିସ୍ ଖୋଲିବାକୁ ସମବାୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସକାଳ ୮ରୁ ରାତି ୮ଟା ଯାଏଁ ଚାଷୀ ମାନଙ୍କର ପଞ୍ଜୀକରଣ କରାଯିବ । ଅଗଷ୍ଟ ୨୦ ତାରିଖରେ ଖରିଫ ଚାଷୀ ପଞ୍ଜୀକରଣ ଶେଷ ହେବାକୁ ଥିବା ବେଳେ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନେଇଛି ସମବାୟ ବିଭାଗ । ଏବେ ମଧ୍ୟ ଅନେକ ଚାଷୀ ପଞ୍ଜୀକରଣ କରିନାହାନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଏବେବି ଅନେକ ଜିଲ୍ଲାରେ ଚାଷୀ ପଞ୍ଜୀକରଣ ନେଇ ୫୦ ପ୍ରତିଶତ ଟାର୍ଗେଟ୍ ପୂରଣ ହୋଇନାହିଁ । ଏପର୍ଯ୍ୟନ୍ତ ୧୧ ଲକ୍ଷ ୩୦ ହଜାର ୧୨୮ ଚାଷୀ ପଞ୍ଜୀକୃତ କରିଛନ୍ତି । ଗତବର୍ଷ ୧୭ ଲକ୍ଷ ୭୨ ହଜାର ୩୪୭ ଚାଷୀ ପଞ୍ଜୀକରଣ କରିଥିଲେ । 

You Can Read:

ଓଟିଇଟି କେଳେଙ୍କାରୀ ଗୁମର ଖୋଲିଲେ ଦୁଇ ଅଭିଯୁକ୍ତ, ପେନ୍‌ଡ୍ରାଇଭରେ କଟକରୁ ନୟାଗଡ଼କୁ ନେଇଥିଲେ ପ୍ରଶ୍ନପତ୍ର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.