GT ପରାଜୟ ପରେ ଭାଙ୍ଗିଗଲା ଗିଲ୍‌ ଭଉଣୀଙ୍କ ହୃଦୟ, କାନ୍ଦିଲେ କୋଚ୍ ନେହେରାଙ୍କ ପୁଅ...ଭିଡିଓ ଭାଇରାଲ

Published By : Prameya-News7 Bureau | May 31, 2025 IST

ନୂଆଦିଲ୍ଲୀ ୩୧/୦୫: ୨୦୨୫ ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିଲା ଗୁଜରାଟ ଟାଇଟନ୍ସ । ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ, ବେଶ୍ ଚମତ୍କାର କରିଥିଲା ଦଳ । ବ୍ୟାଟିଂ ବୋଲିଂ ସବୁଥିରା ଟପ୍ ଥିଲା ଦଳ । ଲିଗ୍ ପର୍ଯ୍ୟାୟରେ, ସେ ଲଗାତାର ନମ୍ବର-୧ରେ ଥିଲା । ହେଲେ ଶେଷ ମୁହୂର୍ତ୍ତରେ ବଦଳିଯାଇଥିଲା ସବୁକିଛି । ଶେଷ ଦୁଇଟି ଗ୍ରୁପ୍ ମ୍ୟାଚ୍ ହାରିବା ପରେ ଟପ୍-୨ ରୁ ବାହାରିଯାଇଥିଲା GT । ଖାସ୍ କରି ୩୦ ମେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏଲିମିନେଟର ମ୍ୟାଚ୍‌ରେ ଦଳ ହାତେଇଥିଲା ଶୋଚନୀୟ ପରାଜୟ । 

ପଞ୍ଜାବର ମୁଲାନପୁରରେ ଅନୁଷ୍ଠିତ ଏହି ମ୍ୟାଚ୍ ରେ, ମୁମ୍ବାଇ ଗୁଜରାଟକୁ ୨୦ ରନରେ ପରାସ୍ତ କରି ନକ୍ ଆଉଟ୍ କରିଥିଲା । ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ଦ୍ୱିତୀୟ କ୍ୱାଲିଫାୟରରେ ପ୍ରବେଶ କରିଛି । ତେବେ GT ସିନା ମ୍ୟାଚ୍ ହାରିଲା କିନ୍ତୁ ଭାଙ୍ଗିଗଲା ଲକ୍ଷ ଲକ୍ଷ ଗୁଜରାଟ ଫ୍ୟାନ୍ସଙ୍କ ମନ । 


ବିଶେଷ କରି ଗିଲଙ୍କ ଭଉଣୀ ଶହନୀଲ GTର ପରାଜୟରେ ବେଶି ଭାଙ୍ଗିପଡିଥିଲେ । ମ୍ୟାଚ୍ ପରେ ସେ ବହୁତ ଭାବପ୍ରବଣ ଦେଖାଯାଉଥିଲେ । କେବଳ ଗିଲ୍‌ଙ୍କ ଭଉଣୀ ନୁହେଁ GTର ମୁଖ୍ୟ କୋଚ୍ ଆଶିଷ ନେହରାଙ୍କ ଝିଅ ଓ ପୁଅ କାନ୍ଦିବା ସହ ରାଗିଯାଇଥିବା ନଜର ଆସିଥିଲେ । 


ସୂଚନା ଥାଉକି, ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏଲିମିନେଟର ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ର ମହାରାଜା ଯାଦବେନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଶୁଭମନ ଗିଲଙ୍କ ଘର ଚଣ୍ଡିଗଡ଼ରେ, ଯେଉଁଠାରେ ତାଙ୍କ ପରିବାର ରୁହନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରେ ତାଙ୍କ ଭାଇର ଦଳକୁ ସମର୍ଥନ କରିବା ପାଇଁ ଭଉଣୀ ଶେହନୀଲ ଗିଲ୍ ଷ୍ଟାଡିୟମରେ ପହଞ୍ଚିଥିଲେ। 

ଏମିତିକି ଆଶିଷ ନେହେରାଙ୍କ ସମ୍ପୂର୍ଣ୍ଣ ପରିବାର ମଧ୍ୟ ଆସିଥିଲେ। କିନ୍ତୁ ସେମାନଙ୍କ ଆଖି ସାମ୍ନାରେ, ମୁମ୍ବାଇ ଗୁଜରାଟକୁ ପରାସ୍ତ କରି ଟ୍ରଫି ଜିତିବାର ସ୍ୱପ୍ନକୁ ଧୂଳିସାତ କରିଥିଲା । ଯେତେବେଳେ ଶେହନୀଲ ତାଙ୍କ ଭାଇଙ୍କ ଦଳ ହାରିବା ଦେଖିଲେ, ସେ ବହୁତ ଭାବପ୍ରବଣ ହୋଇଗଲେ। ତାଙ୍କ ଆଖିରେ ଲୁହ ଆସିଯାଇଥିଲା । ନେହରାଙ୍କ ଝିଅ ମଧ୍ୟ ଏହି ପରାଜୟକୁ ସହ୍ୟ କରିପାରିନଥିଲେ । ସେ ବି କାନ୍ଦିବାକୁ ଲାଗିଥିଲେ । 

ଏହି ସମୟରେ ଗିଲଙ୍କ ଭଉଣୀ ମଧ୍ୟ ତାଙ୍କୁ ଶାନ୍ତ କରୁଥିବାର ଦେଖିବାକୁ ମିଳିଥିଲା । ସମସ୍ତେ ଦୁଃଖରେ ବୁଡ଼ି ରହିଥିଲେ। କାନ୍ଦିବା ଯୋଗୁଁ ନେହରାଙ୍କ ପୁଅର ଅବସ୍ଥା ଖରାପ ହୋଇଥିଲା । ତାଙ୍କ ସ୍ତ୍ରୀଙ୍କ ମନଦୁଃକ କରିଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ, ଏହି ପରାଜୟ ଗୁଜରାଟର ଖେଳାଳିମାନଙ୍କୁ ବହୁତ ଆଘାତ ଦେଇଥିଲା। ସେମାନଙ୍କ ମୁହଁ ଦୁଃଖରେ ଲାଲ୍ ପଡିଥିବା ନଜର ଆସିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

  • IPL 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.