ନୂଆଦିଲ୍ଲୀ: ରାଜନୀତି ଇତିହାସରେ ପ୍ରଥମ। ପର୍ଣ୍ଣ ଷ୍ଟାରଙ୍କୁ ଗୁରୁ ଦାୟିତ୍ୱ। ମଡେଲରୁ କ୍ୟାବିନେଟ୍ ମନ୍ତ୍ରୀ LGBT କର୍ମୀ ପୁଣି HIVରେ ପୀଡ଼ିତ। କଲମ୍ବିଆର ନୂଆ ଇକ୍ୱାଲିଟି(ସମାନତା) ମନ୍ତ୍ରୀ ହେଲେ ପୂର୍ବତନ ପର୍ଣ୍ଣ ଷ୍ଟାର ତଥା ସମଲିଙ୍ଗୀ ଅଧିକାର କର୍ମୀ ଜୁଆନ୍ କାର୍ଲୋସ୍ ଫ୍ଲୋରିଆନ୍। ପ୍ରବଳ ବିରୋଧ ଏବଂ ଜନସାଧାରଣଙ୍କ ସମାଲୋଚନା ସତ୍ତ୍ୱେ, ଜୁଆନ୍ କାର୍ଲୋସ୍ ଫ୍ଲୋରିଆନଙ୍କୁ ଆନୁଷ୍ଠାନିକ ଭାବରେ କ୍ୟାବିନେଟରେ ସାମିଲ କରାଯାଇଛି। ଜଣେ ସେକ୍ସ ଓ୍ୱାର୍କର ଏବଂ ସମଲିଙ୍ଗୀ କର୍ମୀ ଥିବା ଜୁଆନ କାର୍ଲୋସ୍ ଏହି ବିଭାଗର ନେତୃତ୍ୱ ନେବେ। ଏହା ଦୁର୍ବଳ ସମ୍ପ୍ରଦାୟଗୁଡ଼ିକୁ ମୁଖ୍ୟ ସ୍ରୋତରେ ସାମିଲ ହେବା ରାସ୍ତାକୁ ସ୍ପଷ୍ଟ କରିବ ବୋଲି କହିଛି କଲମ୍ବିଆ ସରକାର।
ବାମପନ୍ଥୀ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ତିନି ବର୍ଷ ପୂର୍ବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ତାଙ୍କ କ୍ୟାବିନେଟରେ ୫୦ରୁ ଅଧିକ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ମାନବାଧିକାର ସମର୍ଥନ ଏବଂ ଅନ୍ତର୍ଜାତୀୟ ସହଯୋଗରେ କୋଡ଼ିଏ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ଜୁଆନ କାର୍ଲୋସ ଗତ ଏପ୍ରିଲରୁ ସମାନତା ବିଭାଗର ଡେପୁଟି ମିନିଷ୍ଟର ଭାବରେ କାର୍ଯ୍ୟ କରୁଥିଲେ। ଏବେ ତାଙ୍କୁ ସିଧାସଳଖ କ୍ୟାବିନେଟ୍ରେ ସାମିଲ କରାଯାଇଛି। ସେ ଖୋଲାଖୋଲି ଭାବରେ ତାଙ୍କର ବ୍ୟକ୍ତିଗତ ଯାତ୍ରା ସେୟାର କରିଛନ୍ତି।
କାର୍ଲୋସ୍ ଫ୍ଲୋରିଆନ୍ ଇନଷ୍ଟାଗ୍ରାମ ପୋଷ୍ଟରେ ନିଜର ବ୍ୟକ୍ତିଗତ ଜୀବନ ସେୟାର କରିଛନ୍ତି। ସେ ଜଣେ ସେକ୍ସ ଓ୍ୱର୍କର ଥିଲେ। ସେ ଆଡଲ୍ଟ କଣ୍ଟେଣ୍ଟ ଉପରେ କାମ କରୁଥିଲେ। ଏପରିକି ସେ ଏଚଆଇଭି ପଜିଟିଭ୍। ଥିଲି। ସେ ଜଣେ ପ୍ରବାସୀ କିନ୍ତୁ ରାସ୍ତାରୁ ସଂଘର୍ଷ ଶିଖିଥିବା ସେ କହିଛନ୍ତି। ସେ ତାଙ୍କର ତାଙ୍କର ଯୋଗ୍ୟତା ବିଷୟରେ ଉଲ୍ଲେଖ କରି କହିଛନ୍ତି, " ମୁଁ ଜଣେ ରାଜନୈତିକ ବିଶେଷଜ୍ଞ, ନୀତି ନିର୍ମାତା, ପରିଚାଳକ, ମାନବାଧିକାର ରକ୍ଷକ, ଜଣେ ଉପମନ୍ତ୍ରୀ ଏବଂ ସର୍ବୋପରି ଲୋକଙ୍କ ପୁଅ ଯିଏ ଭୁଲନ୍ତି ନାହିଁ ଯେ ସେ କେଉଁଠାରୁ ଆସିଥିଲେ।"
ଫ୍ଲୋରିଆନଙ୍କୁ ଅତୀତ ଜୀବନକୁ ନେଇ କଲମ୍ବିଆନ୍ ସରକାର ଭିତରେ ରାଜନୈତିକ ବିତର୍କ ସୃଷ୍ଟି କରିଥିଲା। ସମାନତା ମନ୍ତ୍ରଣାଳୟ ପ୍ରାରମ୍ଭରେ ଉପରାଷ୍ଟ୍ରପତି ଫ୍ରାନ୍ସିଆ ମାର୍କେଜଙ୍କ ନେତୃତ୍ୱରେ ପରିଚାଳିତ ହେଉଥିଲା। ଉପମନ୍ତ୍ରୀ ପଦବୀ ପାଇଁ ଫ୍ଲୋରିଆନଙ୍କ ନାମାଙ୍କନକୁ ସେ ବିରୋଧ କରିଥିବା ରିପୋର୍ଟରୁ ଜଣାପଡିଛି।
କିନ୍ତୁ ଫ୍ଲୋରିଆନଙ୍କୁ ସମର୍ଥନ କରିଥିଲେ ରାଷ୍ଟ୍ରପତି ପେଟ୍ରୋ। ଜାତୀୟ ସ୍ତରରେ ମନ୍ତ୍ରୀ ପରିଷଦ ସମ୍ପ୍ରସାରଣ ବୈଠକରେ ସମ୍ବୋଧିତ କରି କହିଛନ୍ତି, "କୌଣସି କୃଷ୍ଣକାୟ ବ୍ୟକ୍ତି ମୋତେ କହିବେ ନାହିଁ ଯେ ପ୍ୟାରିସରେ ଏକ ଶ୍ରମିକ ସଂଘ ଗଠନ କରିଥିବା ଜଣେ ଅଭିନେତାଙ୍କୁ ବାହାର କରିବାକୁ ପଡିବ। ତାଙ୍କର ଟ୍ୟାଲେଣ୍ଟ ଏବଂ ସେ ଯେଉଁ ଚ୍ୟାଲେଞ୍ଜଗୁଡ଼ିକୁ ଦୂର କରିଛନ୍ତି ତାହା ଉଲ୍ଲେଖ କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା- ବୋଗୋଟାର LGBT ସଂଗଠନର ନେତୃତ୍ୱ ନେବା ସମୟରେ ଫ୍ଲୋରିଆନଙ୍କୁ ହତ୍ୟା ଧମକ ମିଳିଥିଲା। ତାଙ୍କୁ ପ୍ୟାରିସକୁ ପଳାଇବାକୁ ବାଧ୍ୟ କରାଯାଇଥିଲା। ତାଙ୍କୁ "ବଞ୍ଚିବା ପାଇଁ ଏକ ୱେବକ୍ୟାମ୍ ମଡେଲ ହେବାକୁ ପଡିଥିଲା। ଫ୍ଲୋରିଆନଙ୍କୁ ଏହି ପଦ ମିଳିବା ବିଶ୍ୱରେ ସମାନତାର ଏକ ବିପ୍ଲବ ସୃଷ୍ଟି କରିବ ବୋଲି ଆଶା।