‘ଅପରେସନ ସିନ୍ଦୂର’କୁ ନେଇ ହେବ ନିବନ୍ଧ ପ୍ରତିଯୋଗୀତା, ଜାଣନ୍ତୁ ବିଜେତାଙ୍କୁ ପୁରସ୍କାରରେ ମିଳିବ କ’ଣ?

Published By : Prameya-News7 Bureau | June 01, 2025 IST

ନୂଆଦିଲ୍ଲୀ ୧।୬: ପ୍ରତିରକ୍ଷା ମନ୍ତ୍ରାଳୟ ୧ ଜୁନ ରବିବାର ଏକ ନିବନ୍ଧ (ଏସେ) ପ୍ରତିଯୋଗୀତା ଘୋଷଣା କରିଛନ୍ତି। ଏହି ପ୍ରତିଯୋଗୀତା ୧ରୁ ୩୦ ଜୁନ ପର୍ଯ୍ୟନ୍ତ ଚାଲିବ। ମନ୍ତ୍ରାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏ ନେଇ ସୂଚନା ଦେଇଛନ୍ତି। ଏଥିରୁ ୩ ଜଣ ବିଜେତାଙ୍କୁ ବଛା ଯିବ ଓ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ନଗଦ ପୁରସ୍କାର ମିଳିବ। ଏହାଛଡା ବିଜେତାମାନଙ୍କୁ ଆଗାମୀ ୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲ କିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ କରାଯିବ। 

ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୨୨ ତାରିଖ ଦିନ ଜମ୍ମୁ-କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ‘ଅପରେସନ ସିନ୍ଦୂର’ ଅଭିଯାନ ହାତକୁ ନେଇଥିଲା। ୬ଓ ୭ ମେ ବିଳମ୍ବିତ ରାତ୍ରିରେ ହୋଇଥିବା ଏହି ଅଭିୟାନ ୧୦ ମେ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ଭାରତୀୟ ସେନା ଅନୁନ୍ୟ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଦେଇଥିଲା। ପାକିସ୍ତାନ ଓ ପିଓକେରେ ଆତଙ୍କବାଦୀଙ୍କ ବଡ଼ଧରଣର କ୍ଷୟକ୍ଷତି ହୋଇଥିଲା। 

ଭାରତର ଏହି ଅଭିଯାନରେ ପାକିସ୍ତାନ ବିଚଳିତ ହୋଇପଡିଥିଲା ଓ ସାଧାରଣ ଜନାତଙ୍କୁ ଟାର୍ଗେଟ୍ କରିଥିଲା। ତେବେ ଭାରତ ଏହାର ଉଚିତ ଜବାବ ଦେଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରେସନ ସିନ୍ଦୂର ଜରିଆରେ ଭାରତ ଆତଙ୍କବାଦ ବିରୋଧରେ ଏକ ଲାଲ ରେଖା ଟାଣିଥିବାର କହିଥିଲେ।  ମନ୍ତ୍ରାଳୟ କହିଛନ୍ତି ଯେ ଯୁବବର୍ଗଙ୍କ ସ୍ୱର ଶାଣିତ କରିବା ପାଇଁ ଏହି ପ୍ରତିଯୋଗୀତାର ଆୟୋଜନ କରାଯାଉଛି। ଏଥିଲାଗି ଜଣେ ବ୍ୟକ୍ତିଙ୍କୁ ଗୋଟିଏ ଭାଷାରେ ତାଙ୍କର ଏଣ୍ଟ୍ରି ପଠାଇ ପାରିବେ। 

ଏଥି ପାଇଁ https://www.mygov.in/task/essay-competition-topic-operation-sindoor-redefining-indias-policy-against-terrorism/  ଲିଂକକୁ ଯିବାକୁ ପଡିବ। ହିନ୍ଦୀ ନଚେତ ଇଂରାଜୀରେ ନିବନ୍ଧ ଲେଖାଯାଇ ପାରିବ। ଏହା ଛଡା ପ୍ରତିରକ୍ଷା ମନ୍ତ୍ରାଳୟ ଅପରେସନ ସିନ୍ଦୂର ଉପରେ ରିଲ ମେକିଂ ପ୍ରତିଯୋଗୀତାର ମଧ୍ୟ ଆୟୋଜନ କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.