ଭାରତରେ ପ୍ରଥମ କରଖାନା ଖୋଲିଲା ଜାପାନର ସେକୋ ଏପସନ୍ କମ୍ପାନୀ

Published By : Prameya-News7 Bureau | July 04, 2025 IST

INTERNET

ନୂଆଦିଲ୍ଲୀ: ଜାପାନର ଫେମସ ଇଲେକ୍ଟ୍ରିକ୍ସ କମ୍ପାନୀ ସେକୋ ଏପସନ୍ କର୍ପୋରେସନ୍ ଭାରତରେ ଏହାର ପ୍ରଥମ ମେନୁଫେକ୍ଚରିଂ ପ୍ଲାଣ୍ଟ ଉଦ୍‌ଘାଟନ କରିଛି। ଏଥିରେ ୨୦୦ ସିଧାସଳଖ ନିଯୁକ୍ତି ସୃଷ୍ଟି ହେବ। ଏପସନର ଭାରତୀୟ ଉତ୍ପାଦକ ସହଯୋଗୀ ରିକୁନ ସହଯୋଗରେ ତାମିଲନାଡୁର ଚେନ୍ନାଇରେ ଇଙ୍କ ଟ୍ୟାଙ୍କ ପ୍ରିଣ୍ଟର କାରଖାନା ସ୍ଥାପନ କରିଛି। କମ୍ପାନୀର ପକ୍ଷରୁ ଜାରି ହୋଇଥିବା ବିବୃତ୍ତି ଅନୁଯାୟୀ, ଅକ୍ଟୋବର ୨୦୨୫ରେ ଏହି କାରଖାନାରେ କାମ ଆରମ୍ଭ ହେବ ବୋଲି ଆଶା କରାଯାଉଛି। 

ଏନେଇ କମ୍ପାନୀର ଗ୍ଲୋବାଲ୍ ସଭାପତି ଜଙ୍କିଚି ଯୋଶିଦା କହିଛନ୍ତି “ଏହା ଏପସନ୍ ପାଇଁ ଏକ ଐତିହାସିକ ଅବସର। ଭାରତ ଆମର ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି, ଯୁବ ଜନସଂଖ୍ୟା ଏବଂ ଡିଜିଟାଲ୍ ପ୍ରଗତି ସହିତ ନବସୃଜନ ଏବଂ ନେତୃତ୍ୱ ପାଇଁ ପ୍ରଚୁର ସୁଯୋଗ ପ୍ରଦାନ କରେ।” ସେ କହିଛନ୍ତି ଯେ କମ୍ପାନୀ ଭବିଷ୍ୟତରେ କିଛି ପାର୍ଟ୍ସ ଏବଂ ଅନ୍ୟାନ୍ୟ ଉତ୍ପାଦ ଏଠାରେ ତିଆରି କରିପାରେ। 

ତେବେ ନୂଆ କାରଖାନାରେ ପ୍ରଥମେ Epsonର EcoTank ପ୍ରିଣ୍ଟର ଉତ୍ପାଦନ ଉପରେ ଧ୍ୟାନ ଦିଆଯିବ। ପ୍ରତି ମାସରେ ୨୦,୦୦୦ ୟୁନିଟ୍ ଉତ୍ପାଦନ ଏବଂ ୨୦୦ ସିଧାସଳଖ ନିଯୁକ୍ତି ସୃଷ୍ଟି କରିବା କମ୍ପାନୀର ଲକ୍ଷ୍ୟ ରହିଛି। ଆଗକୁ ଦୃଷ୍ଟି ରଖି, Epson ଭାରତରେ ନିଜର ସ୍ଥିତି ମଜଭୁତ କରି ବିଶ୍ୱ ବଜାର ପ୍ରଭାବ ବଢ଼ାଇବାକୁ ଚିନ୍ତା କରୁଛି। ଏପସନ୍ ଇଣ୍ଡିଆ ଆର୍ଥିକ ବର୍ଷ ୨୫ରେ ₹୨,୫୦୦ କୋଟିରୁ ଅଧିକ କାରବାର ରେକର୍ଡ କରିଛି। ଚଳିତ ଆର୍ଥିକ ବର୍ଷ ପାଇଁ ₹୨,୯୦୦ କୋଟିରୁ ଅଧିକ କାରବାର ଆକଳନ କରୁଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.