ଭୁବନେଶ୍ବର ୨୪।୬: ଜଳ ସମ୍ପଦ ବିଭାଗରେ ଅନିୟମିତତା ଅଭିଯୋଗ ନେଇ ଧାରଣା । କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦେଇଛନ୍ତି କର୍ମଚାରୀ ତପନ କୁମାର ହୋତା । ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନାରେ ଅନିୟମିତତା ବିରୁଦ୍ଧରେ ଧାରଣା ଓ ଅଭିଯୋଗ ଦେଇଛନ୍ତି କର୍ମଚାରୀ ।
ଗତ ଦୁଇ ବର୍ଷ ପୂର୍ବରୁ ଓଡ଼ିଶା ସରକାରଙ୍କ ‘ଛାତ’ ଯୋଜନାରେ ସମ୍ବଲପୁର ଓ ବଲାଙ୍ଗିର ଡିଭିଜନ ଅଫିସର ମାନେ ଯୋଜନାରେ ଅନେକ ଅନିୟମିତତା ଓ ମନମୁଖି କାର୍ଯ୍ୟକଳାପ କରୁଛନ୍ତି । ଜନସାଧାରଣଙ୍କ ଅନୁଦାନ ବଣ୍ଟନରେ ଅନିୟମିତତା ହୋଇଛି । ଏ ନେଇ ଡାଇରେକ୍ଟର ଓ ଭିଜିଲାନ୍ସ ବିଭାଗକୁ ବାରମ୍ବାର ଅଭିଯୋଗ କରାଯାଇଛି । ଯାହା ଫଳରେ ଜଣେ ଅଧିକାରୀ ଭିଜିଲାନ୍ସ ଦ୍ଵାରା ଧରାପଡ଼ି ବହିଷ୍କୃତ ହୋଇଥିଲେ । ତେଣୁ ବିଭାଗର ଦୁର୍ନୀତିଗ୍ରସ୍ତ ଲୋକଙ୍କ ପର୍ଦ୍ଦାଫାଶ କରିବାରୁ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି । କାମରୁ ବାହାର କରିବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗକାରୀ କହିଛନ୍ତି ।
You Can Read:
ଆଠଗଡ଼ ବ୍ଲକ୍ ସମ୍ମୁଖରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ତେଜନା, ଘଟଣାସ୍ଥଳରେ ୧୬୩ ଧାରା ଜାରି