ଅଯୋଧ୍ୟା : ଦୁନିଆର ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲା ଓ ସ୍ପେସ୍ ଏକ୍ସର ସିଇଓ ଏଲନ ମସ୍କଙ୍କ ବାପା ଏରୋଲ ମସ୍କ ଆସିବେ ଭାରତ। ଏରୋଲ ମସ୍କ ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ରାମଲଲାଙ୍କ ଦର୍ଶନ କରିବେ। ସେ ୧ ରୁ ୬ଜୁନ ଯାଏ ଭାରତରେ ରହି ପାରନ୍ତି । ଏରୋଲ ମସ୍କ ନିକଟରେ ହିଁ ଭାରତୀୟ କମ୍ପାନୀ ସର୍ଭୋଟେକ୍ର ଗ୍ଲୋବାଲ ଆଡଭାଇଜରୀ ବୋର୍ଡରେ ସାମିଲ ହୋଇଥିଲେ। ସୂତ୍ରରୁ ପ୍ରକାଶ ଯେ, ଗସ୍ତ ବେଳେ ଏଲନ ମସ୍କ ବିଜନେସ୍ ସହ ଜଡ଼ିତ ଅନେକ ବୈଠକରେ ସାମିଲ ହୋଇ ପାରନ୍ତି।
ଗସ୍ତ ସହ ଜଡ଼ିତ ବିଶେଷଜ୍ଞଙ୍କ କହିବାନୁସାରେ,ସେ ଗ୍ରୀନ ଟେକ୍ନୋଲଜି କ୍ଷେତ୍ରରେ ଭାରତରେ ହେଉଥିବା କାମ ଓ ଚାର୍ଜିଂ ଭିତ୍ତିଭୂମିକୁ ମଧ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୋତ୍ସାହିତ କରିବେ। ଏହି ସମୟରେ ସେ ନୀତି ନିର୍ଦ୍ଧାରକ, ନିବେଶକ, ଉଦ୍ୟୋଗ ଜଗତର ଲୋକଙ୍କ ସହ ଅଲଗା ଅଲଗା ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ବୈଠକରେ ସାମିଲ ହେବେ। କହି ରଖୁଛୁ କି, ୫ ଜୁନ୍ରେ ସର୍ଭୋଟେକ୍ ବିଶ୍ୱ ପରିବେଶ ଦିବସରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରୁଛି। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପରେ ସେ ୬ଜୁନ୍ରେ ଦକ୍ଷିଣ ଆଫ୍ରିକା ପାଇଁ ପ୍ରସ୍ଥାନ କରିବେ।
ଭାରତରେ ୫ଦିନ ରହିବେ ଏରୋଲ ମସ୍କ-
ଏଲନ ମସ୍କଙ୍କ ବାପା ଏରୋଲ ମସ୍କ ଏକ ଜୁନ୍ରେ ୫ଦିବସୀୟ ଭାରତ ଯାତ୍ରାରେ ଆସିବେ। ମିଡ଼ିଆ ରିପୋର୍ଟସ ଅନୁସାରେ , ଏରୋଲ ମସ୍କ ଭାରତକୁ ସବୁଜ ପ୍ରଯୁକ୍ତିବିଦ୍ୟା ଓ ଇଭି ଚାର୍ଜିଂ ଭିତ୍ତିଭୂମି ରପ୍ତାନୀରେ ବିଶ୍ୱସ୍ତରର ଲିଡର ହେବାର ରଣନୀତିକ ପ୍ରୟାସକୁ ବୃଦ୍ଧି କରିବାକୁ ଚାହାନ୍ତି। ଏହି ସମୟରେ ସେ ଅଯୋଧ୍ୟା ଯାଇ ରାମଲଲାଙ୍କ ଦର୍ଶନ କରିବେ। କହି ରଖୁଛୁ କି , ୫ଜୁନ୍ରେ ବିଶ୍ୱ ପରିବେଶ ଦିବସ। ଏହି ସମୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ। ସୂତ୍ରାନୁସାରେ , ଏରୋଲ ମସ୍କ ବୃକ୍ଷରୋପଣ ଅଭିଯାନରେ ମଧ୍ୟ ସାମିଲ ହୋଇ ପାରନ୍ତି।