ଆମେରିକାରୁ ବିଦା ହେବେ ମସ୍କ ? ଟ୍ରମ୍ପଙ୍କ ଜବାବ- ଆମେ ବିଚାର କରିବୁ

Published By : Prameya-News7 Bureau | July 01, 2025 IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟେଲସା ମୁଖ୍ୟ ଏଲନ ମସ୍କଙ୍କ ମଧ୍ୟରେ ବାକ୍ ଯୁଦ୍ଧ ନୂଆ ସ୍ତରରେ ପହଞ୍ଚିଛି । ଦିନେ ଘନିଷ୍ଠ ବନ୍ଧୁ ଥିବା ଟ୍ରମ୍ପ ଓ ମସ୍କ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ଏପରି କି ମସ୍କଙ୍କୁ ଆମେରିକାୁ ବିଦା କରିବା ପର୍ଯ୍ୟନ୍ତ କଥା ଗଲାଣି ।  ଏଲନ ମସ୍କଙ୍କୁ ଆମେରିକାରୁ ବିଦା କରିବେ କି ବୋଲି ସାମ୍ୱାଦିକ ପ୍ରଶ୍ନ କହିଥିଲେ । ଯାହାର ଜବାବରେ ଆମେରିକା ରାଷ୍ଟ୍ରପତି ଛୋଟିଆ କିନ୍ତୁ ଚକିତ କଳା ଭଳି ପ୍ରତିକ୍ରିୟା ଦେଇଥିଲେ । ଟ୍ରମ୍ପ କହିଥିଲେ- ଜାଣ ନାହିଁ...ଏହା ଉପରେ ଆମକୁ ବିଚାର କରିବାକୁ ପଡ଼ିବ ।  

ଉଲ୍ଲେଖଯୋଗ୍ୟ, ଟ୍ରମ୍ପଙ୍କ ଐତିହାସିକ ୱାନ ବିଗ୍ ବ୍ୟୁଟିଫୁଲ୍ ବିଲକୁ ନେଇ ଟେସଲା ମୁଖ୍ୟ ଏଲନ ମସ୍କ ଟାର୍ଗେଟ୍ କରୁଛନ୍ତି । ଏପରି କି ଏହି ବିଲ୍‌ର ବିରୋଧରେ ମସ୍କ ନୂଆ ଦଳ ଗଠନ ଚେତାବନୀ ବି ଦେଇସାରିଛନ୍ତି । ମସ୍କ କହିଥିଲେ, ଯଦି ଏହି ଖର୍ଚ୍ଚାନ୍ତ ବିଲ୍ ପାରିତ ହୁଏ, ତେବେ ସେ ଆଗାମୀ ଦିନରେ ଆମେରିକା ପାର୍ଟି ଗଠନ କରିବେ । ଡେମୋକ୍ରାଟିକ୍ ଏବଂ ରିପବ୍ଲିକାନ୍ ପରିବର୍ତ୍ତେ ଆମେ ନୂଆ ବିକଳ୍ପକୁ ଦେଖିବୁ । ମସ୍କଙ୍କ ଏହି ବୟାନ ପରେ ଟ୍ରମ୍ପଙ୍କ ରାଗ ଆହୁରି ବଢିଯାଇଛି । ସେ ସ୍ପଷ୍ଟ ଶବ୍ଦରେ କହିଥିଲେ- ମସ୍କଙ୍କୁ ମାନବ ଇତିହାସରେ ସବୁଠୁ ଅଧିକ ସବସିଡି ମିଳୁଛି । ଏପରି କି ମସ୍ତଙ୍କୁ ଆମେରିକାରୁ ବାହାର କରିବା ନେଇ ମଧ୍ୟ ଧମକ ଦେଇଥିଲେ । ଟ୍ରମ୍ପ କହିଥିଲେ, ଯଦି ସରକାରଙ୍କ ସହଯୋଗ ନରୁହେ, ତେବେ ନିଜ କାରବାର ଧରି ଦକ୍ଷିଣ ଆଫ୍ରିକା ଯିବାକୁ ପଡ଼ିପାରେ ।  

ୱାନ ବିଗ୍ ବ୍ୟୁଟିଫୁଲ ବିଲକୁ ଟ୍ରମ୍ପ ଐତାହିସକ କହିସାରିଛନ୍ତି । ବିରୋଧୀଙ୍କ ଅଭିଯୋଗ ଯେ ଏହି ବିଲ ଗରିବଙ୍କ ପରିବର୍ତ୍ତେ ଧାନୀଙ୍କୁ ଲାଭ ପହଞ୍ଚାଇବ । ଏଲନ ମସ୍କଙ୍କ ପରି ଶିଳ୍ପପତି ଓ କିଛି ରାଜନେତା ଏହି ବିଲକୁ ବିରୋଧ କରୁଛନ୍ତି । ସେମାନଙ୍କ ଯୁକ୍ତି ଏହି ବିଲ୍ ଦ୍ୱାରା ଜନକଲ୍ୟାଣକାରୀ ଯୋଜନା ବନ୍ଦ ହୋଇପାରେ । ଅନ୍ୟପଟେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଯୁକ୍ତି ଯେ ମସ୍କ କେବଳ ଇଲେକ୍ଟ୍ରିକ୍ ଗାଡ଼ିରେ ମିଳୁଥିବା ସରକାରୀ ସବସିଡକୁ ହରାଇବେନି, ବରଂ ତାଙ୍କୁ ବଡ଼ କ୍ଷତି ହୋଇପାରେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.