କନ୍ଧମାଳ ଜିଲ୍ଲାରେ କାଳବୈଶାଖୀ ବର୍ଷାର ତାଣ୍ଡବ, ଅନେକ ସ୍ଥାନରେ ଛିଣ୍ଡି ପଡିଛି ବିଦ୍ୟୁତ ତାର

Published By : Prameya-News7 Bureau | May 13, 2024 IST

କନ୍ଧମାଳ ୧୩।୦୫ : କନ୍ଧମାଳ ଜିଲ୍ଲାରେ ଏବେ ଅପରାହ୍ନ ହେଲେ ପ୍ରତ୍ୟେକ ଦିନ ଆରମ୍ଭ ହୋଇଯାଉଛି କାଳବୈଶାଖୀ ବର୍ଷା ।ଯାହାଫଳରେ ବିଜୁଳି, ଘଡଘଡି ମାରିବା  ସହିତ କୁଆପଥର ବର୍ଷା ଏବଂ ପବନ ହେଉଛି । ଅନେକ ସ୍ଥାନରେ ବିଜୁଳି ଘଡଘଡ଼ି ମାରି ଗାଇ-ବଳଦ ମୃତ୍ୟୁ ବରଣ କରୁଥିବା ବେଳେ ଅନେକ ଜାଗାରେ ଗଛ ଡାଳ ଭାଙ୍ଗି ପଡୁଛି । 

ଦୁଇଦିନ ହେଲାଣି ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଡେମେଙ୍ଗିଆ ଗାଁର ବିଦ୍ୟୁତ ତାର ଛିଣ୍ଡି ଖୁଣ୍ଟ ତଳେ ପଡିଛି । ବିଦ୍ୟୁତ ବିଭାଗ ପାଖରେ ଖବର ଥିଲେ ସୁଧା ତାହା ମରାମତି ହୋଇପାରୁନାହିଁ । ଏନେଇ ବିଭାଗୀୟ ଅଧିକାରୀ ଶିବପ୍ରସଦ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ବିଭିନ୍ନ ସ୍ଥାନରେ ଏଭଳି ଦୁର୍ଘଟଣା ଘଟିଛି । ତେଣୁ ମାରାମତି କରିବା ପାଇଁ ସମୟ ଲାଗୁଛି । ଯାହାରି ଫଲରେ ଦାରିଙ୍ଗବାଡି,ବ୍ଲକ ଏବଂ କୋଟଗଡ ବ୍ଲକ, ବାଲିଗୁଡା ବ୍ଲକର ବିଭିନ୍ନ ଗାଁ ଏବେ ଅନ୍ଧାରରେ ରହିଛି । ତୁରନ୍ତ ସମାଧାନ ପାଇଁ  ସାଧାରଣରେ ଦାବି ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.