ଶୌଚ ହେବାକୁ ଯାଇଥିଲେ ବୃଦ୍ଧ, ଟେକି କଚାଡ଼ି ଦେଲା ଦନ୍ତା

Published By : Prameya-News7 Bureau | July 05, 2025 IST

ଢେଙ୍କାନାଳ ୫।୭: ଘର ପଛପଟକୁ ଶୌଚ ହେବାକୁ ଯାଇଥିଲେ ବୃଦ୍ଧ । ସେହି ସମୟରେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଦନ୍ତା ହାତୀଟି ବୃଦ୍ଧଙ୍କୁ ଟେକି କଚାଡ଼ି ଦେଇଥିଲା । ତେବେ ଗୁରୁତର ଅବସ୍ଥାରେ ଗ୍ରାମବାସୀ ମାନେ ବୃଦ୍ଧଙ୍କୁ ଉଦ୍ଧାର କରି ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି ।

ଢେଙ୍କାନାଳ ଜିଲ୍ଲା କଳାଙ୍ଗ ଗ୍ରାମ ପଞ୍ଚାୟତ କାଳିକା ପ୍ରସାଦ ଗ୍ରାମ ନିକଟରେ ପୂର୍ବାହ୍ନରେ ଏହି ଘଟଣା ଘଟିଛି । ଗୁରୁତର ବୃଦ୍ଧ ଜଣଙ୍କ ଭାପୁର ଫାଣ୍ଡି ଅନ୍ତର୍ଗତ କାଳିକା ପ୍ରସାଦ ଗ୍ରାମର ୬୫ ବର୍ଷ ବୟସ୍କ ଉଦ୍ଧବ ଦେହୁରୀ ବୋଲି ଜଣାପଡିଛି । ଦନ୍ତା ହାତୀର ଆକ୍ରମଣରେ ଉଦ୍ଧବଙ୍କ ମୁଣ୍ଡ, ଅଣ୍ଟା ଓ ପିଚାରେ ଗଭୀର ଆଘାତ ଲାଗିଛି । ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି । 

You Can Read:

ଲଗାଣ ବର୍ଷାରେ ଗଦାପୁର ନଦୀର ଜଳସ୍ତର ବୃଦ୍ଧି, ପୋଲ ଉପରେ ଚାଲିଲା ପାଣି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.