ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ମାରି ପୋଡିଦେଲେ, ଜବତ ହେଲା ହାଡ଼-ପାଉଁଶ

Published By : Prameya-News7 Bureau | June 08, 2025 IST

ମୋହନା ୮ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ପୋଡିଦେଲେ l ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଇହୁରୁ ଗାଁରେ l ମୃତକ ହେଲେ ୬୦ ବର୍ଷ ବୟସ୍କା କାମ୍ବି ମଳିକ l ଗତ ମଙ୍ଗଳବାର ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଡ଼ ପାଉଁଶ ଜବତ କରିଛି l ଘରେ କେହି ନଥିବା ବେଳେ ଗତ ମଙ୍ଗବାର ରାତିରେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା କାମ୍ବିଙ୍କ ପୁଅ ଝିଅ କହିଛନ୍ତି l ସେମାନେ କେହି ଘରେ ନଥିଲେ l ବାପା କାମ୍ବି ଏକା ଘରେ ଥିଲେ l ବୁଧବାର ସକାଳେ ପୁଅ ଝିଅ ଘରକୁ ଆସି ଦେଖିବା ବେଳେ ବାପା ଘରେ ନଥିଲେ l କିନ୍ତୁ ଘର ଆଗରେ ରକ୍ତ ଛିଟା ପଡ଼ିଥିବା ଦେଖି ମନରେ ସନ୍ଦେହ ଉପୁଜିଥିଲା l ଏହା ପରଠାରୁ ବାପାଙ୍କୁ ଖୋଜିଥିଲେ l ତେବେ ବାପାଙ୍କୁ କିଛି ବ୍ୟକ୍ତି ଘର ଆଗରେ ହତ୍ୟାକରି ଗାଁଠାରୁ କିଛି ଦୂରରେ ପୋଡି ଦେଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକ l ତେବେ ପରିବାର ଲୋକ ଭୟରେ ରହିଥିଲେ l ରବିବାର ମୋହନା ପୋଲିସ ଖବର ପାଇ କୁଇହୁରୁ ଗାଁରେ ପହଞ୍ଚି ତଦନ୍ତ ପରେ ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ କରିଛି l ମୃତ କାମ୍ବି ଗାଁରେ କିଛି ଝାଡଫୁଙ୍କ କରିବା ସହ ଚେର ମୂଳି ଔଷଧ ଦେଉଥିଲେ l ତେଣୁ ତାଙ୍କୁ ଗୁଣି ସନ୍ଦେହରେ କିଛି ବ୍ୟକ୍ତି ମିଶି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ଘଟଣା ପରେ ଗାଁରେ ପୁରୁଷଶୂନ୍ୟ ଥିବା ଦେଖିବାକୁ ମିଳିଛି l

You Can Read:

କପିଳେଶ୍ୱର ମନ୍ଦିରରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ସେବାୟତ ଗିରଫ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.