‘ମୁଁ ରହିବାକୁ ଚାହୁଁନି, ବୋଉକୁ ଭଲରେ ରଖିବୁ...’ ଆତ୍ମାହୁତି ପୂର୍ବରୁ ଏମିତି କିଛି ଲେଖିଥିଲେ ବୃଦ୍ଧ

Published By : Prameya-News7 Bureau | July 23, 2025 IST

ଦିଗପହଣ୍ଡି ୨୩।୭: ପୁଣି ଗଞ୍ଜାମରେ ଘଟିଛି ଅଭାବନୀୟ ଘଟଣା । ଏଥର ନିଜ ଦେହରେ କିରୋସିନ ଢାଳି ହୋଇ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।ପାଟପୁର ଥାନା ବଢ଼ିଆଉସ୍ତା ଗାଁର ଘଟଣା । ଜନୈକ ବୃଦ୍ଧ କିରାସିନ ଢ଼ାଳି ନିଆଁ ଲଗାଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ଆଡପଡ଼ା ମେଡିକାଲରେ ଭର୍ତ୍ତି ହେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ସୁଇସାଇଡ ନୋଟକୁ ପୋଲିସ ଜବତ କରିଛି । ସୁଇସାଇଡ ନୋଟ୍‌ରେ ମୁଁ ରହିବାକୁ ଚାହୁଁନି, ବୋଉକୁ ଭଲରେ ରଖିବୁ ବୋଲି ବୃଦ୍ଧ ଜଣକ ଲେଖିଥିବା ଦେଖିବାକୁ ମିଳିଛି ।

ସୁଇସାଇଡ ନୋଟକୁ ଯାଞ୍ଚ କରୁଛି ପୋଲିସ । କାହିଁକି ଏବଂ କେଉଁ ପରିସ୍ଥିତିରେ ବୃଦ୍ଧ ଜଣକ ଏଭଳି ଲେଖିଲେ ଓ ଆତ୍ମହତ୍ୟା କଲେ ତାର କାରଣ ଖୋଜୁଛି ପୋଲିସ । ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ବାସ୍ତବରେ ବୃଦ୍ଧଙ୍କୁ କେହି ପରିବାର ଲୋକେ ଠିକ୍ ସେ ପଚାରୁ ନଥିଲେ ନା ଠିକ ଭାବେ ସେବା ଶୁଶ୍ରୁସା କରୁନଥିଲେ ନା ମାନସିକ ଚାପଗ୍ରସ୍ତ ଥିଲେ ଏନେଇ ପୋଲିସ ଅଧିକ ତଦନ୍ତ କରୁଛି ।

You Can Read:

ବାଲେଶ୍ୱର ଘଟଣାରେ ସୁପ୍ରିମକୋର୍ଟ ଲଜ୍ଜିତ ବୋଲି କହିଲେ, ଓଡ଼ିଶାର ସମ୍ମାନ କ’ଣ ରହିଲା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.