ଟୋରଣ୍ଟୋ ରଥଯାତ୍ରା ଉପରକୁ ଅଣ୍ଡା ମାଡ଼ ଘଟଣାରେ ଭାରତ ଅସନ୍ତୁଷ୍ଟ, ଜଣାଇଲା ଆପତ୍ତି

Published By : Prameya-News7 Bureau | July 14, 2025 IST

ନୂଆଦିଲ୍ଲୀ ୧୪।୭: ଟୋରଣ୍ଟୋ  ରଥଯାତ୍ରା କାଳରେ କିଛି ଉପଦ୍ରବୀଙ୍କ ଦ୍ୱାରା ଯାତ୍ରାରେ ବ୍ୟବଧାନ ସୃଷ୍ଟି କରାଯାଇଥିଲା। ଏହାକୁ ନେଇ ଭାରତ ଆପତ୍ତି କରିଛି। ଭାରତ କହିଛି ଯେ ଏହି ଘଟଣା ପାର୍ବଣ ଭାବନାର ବିରୋଧ। ଏଣୁ ଏଥି ପାଇଁ ଦାୟି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ବିଦେଶମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ସୋମବାର ଗଣମାଧ୍ୟମ ସମ୍ମୁଖରେ ଘଟଣାକୁ ଘୃଣାସ୍ପଦ ଓ ଦୁଃଖଦ ବୋଲି କହିଛନ୍ତି। 

ଜୟସ୍ୱାଲ କହିଛନ୍ତି ଯେ ଟୋରଣ୍ଟୋ ରଥଯାତ୍ରା କାଳରେ କିଛି ଖଳ ପ୍ରକୃତିର ଲୋକେ କାର୍ଯ୍ୟକ୍ରମରେ ବ୍ୟବଧାନ ଉତ୍ପନ୍ନ କରିଥିଲେ। ଏହା ପାର୍ବଣ ଭାବନାର ବିପରୀତ ତଥା ଏହା ଉଦ୍ଦେଶ୍ୟ ଏକତା, ସାମାଜିକ ସମାବେଶିତା ଓ ସୌହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରିବା। ଜୟସ୍ୱାଲ କହିଛନ୍ତି ଯେ ଭାରତ ଏହି ମାମଲାକୁ କାନାଡ଼ା ଅଧିକାରୀଙ୍କ ସମ୍ମୁଖରେ ଦୃଢତାର ସହ ରଖିଛି ଓ ଏଥି ପାଇଁ ଦାୟି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସେମାନଙ୍କଠାରୁ ଅପେକ୍ଷା କରାଯାଉଛି। 

ଜୟସ୍ୱାଲ କହିଛନ୍ତି ଯେ ଭାରତ ସରକାର ଆଶା କରୁଛନ୍ତି କାନାଡା ସରକାର ସେଠାରେ ଲୋକଙ୍କ ଧାର୍ମିକ ଅଧିକାରର ରକ୍ଷା ନିମନ୍ତେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ କରିବେ। ଉଲ୍ଲେଖନୀୟ ଯେ ଏହି ଘଟଣାରେ ଉପଦ୍ରବୀ ତତ୍ୱ ରଥଯାତ୍ରାରେ ସାମିଲ ଶ୍ରଦ୍ଧାଳୁଙ୍କ ଉପରକୁ ଅଣ୍ଡା ଫିଙ୍ଗିଥିବାର ଜଣାପଡିଛି। ସାରା ବିଶ୍ୱରେ ଜଗନ୍ନାଥ ପ୍ରେମୀଙ୍କୁ ଏହା ଆଘାତ ଦେଇଛି। ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।  

ନବୀନ ପଟ୍ଟନାୟକ ଏହି ଘଟଣା ନା କେବଳ ଭକ୍ତଙ୍କ ଭାବନାକୁ ଆହତ କରୁଛି ବରଂ ଏହି ଉତ୍ସବ ଭାରତ ଓ ଭାରତ ବାହାରେ ଓଡିଶାର ଲୋକଙ୍କ ମଧ୍ୟରେ ଏହି ଉତ୍ସବ ଅତ୍ୟନ୍ତ ଭାବନାତ୍ମକ ଓ ସାଂସ୍କୃତିକ ମହତ୍ୱ ରଖିଥାଏ । ଏଣୁ ଭାରତ ସରକାର ଏ ନେଇ କାନାଡ଼ା ସରକାରଙ୍କ ନିକଟରେ ନିଜର ବିରୋଧକୁ ଦୃଢତାର ସହ ଉପସ୍ଥାପନ କରିବେ ବୋଲି  ପଟ୍ଟନାୟକ ଆଶା ବ୍ୟକ୍ତ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.