‘ମତଦାନ କେନ୍ଦ୍ରର ଫୁଟେଜ୍ ଜାରି କରିବା ଭୋଟରଙ୍କ ଗୋପନୀୟତାର ଉଲ୍ଲଂଘନ’, ଭିଡିଓ ଜାରି କରିବାକୁ ମନା କଲେ ECI

Published By : Prameya-News7 Bureau | June 21, 2025 IST

ନୂଆଦିଲ୍ଲୀ: ମତଦାନ କେନ୍ଦ୍ରର ୱେବକାଷ୍ଟିଂ ଫୁଟେଜ ସାର୍ବଜନୀନ ଦାବି ଭିତରେ ନିର୍ବାଚନ ଆୟୋଗ ବଡ଼ ବୟାନ ଦେଇଛନ୍ତି । ନିର୍ବାଚନ ଆୟୋଗର ଅଧିକାରୀ ଶନିବାର କହିଛନ୍ତି, ଏପରି ପଦକ୍ଷେପ ମତଦାତାଙ୍କ ଗୋପନୀୟତା ଓ ସୁରକ୍ଷା ସମ୍ୱନ୍ଧିତ ଚିନ୍ତାର ଉଲ୍ଲଂଘନ କରିବ । ସେ କହିଛନ୍ତି ଯେ ଏପରି ଦାବି ସେମାନଙ୍କ ଧାରଣା ପାଇଁ ଠିକ୍, ଯାହା ଭୋଟର-ଅନୁକୂଳ ପରି ମନେହୁଏ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାର ସୁରକ୍ଷା ପାଇଁ ଉପଯୁକ୍ତ, କିନ୍ତୁ ବାସ୍ତବରେ ଏହାର ଲକ୍ଷ୍ୟ ଠିକ୍ ବିପରୀତ ଉଦ୍ଦେଶ୍ୟ ହାସଲ କରିବା ।

ଅଧିକାରୀମାନେ ଦାବି କରିଛନ୍ତି, ଯାହାକୁ ଯୁକ୍ତିଯୁକ୍ତ ଦାବି ଭାବେ ଉପସ୍ଥାପନ କରାଯାଉଛି, ତାହା ବାସ୍ତବରେ ମତଦାତାଙ୍କ ଗୋପନୀୟତା ଓ ସୁରକ୍ଷା ଚିନ୍ତାର ଉଲ୍ଲଂଘନ ଅଟେ । ଏହା ଜନପ୍ରତିନିଧିତ୍ୱ ଅଧିନିୟମ ୧୯୫୦ ଓ ୧୯୫୧ରେ ନିର୍ଦ୍ଧାରିତ ଆଇନ ସ୍ଥିତି ଓ ଶୀର୍ଷ କୋର୍ଟଙ୍କ ନିର୍ଦ୍ଦେଶର ସମ୍ପୂର୍ଣ୍ଣ ବିରରୀତ । ସେ ଜୋର ଦେଇ କହିଛନ୍ତି ଯେ ଫୁଟେଜ୍ ସେୟାର କରିବା ଦ୍ୱାରା ମତଦାତା ଓ ମତଦାତା ନଥିବା ଲୋକ ଅସାମାଜିକ ବ୍ୟକ୍ତିଙ୍କ ଟାର୍ଗେଟକୁ ଆସିପାରନ୍ତି । ଏହାଦ୍ୱାରା ଯେକୌଣସି ଗୋଷ୍ଠୀ କିମ୍ୱା ବ୍ୟକ୍ତି ପାଇଁ ମତଦାତାଙ୍କୁ ଚିହ୍ନଟ କରିବା ସହଜ ହେବ ।

ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ପରିଣାମ ଘୋଷଣାର ୪୫ ଦିନ ପରେ କୌଣସି ବି ନିର୍ବାଚନକୁ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ । ଏଥିପାଇଁ ଏହି ଅବିଧି ପରେ ଅଧିକ ସମୟ ଯାଏ ରଖିବା ଦ୍ୱାରା ଭୁଲ ଓ ଦୁର୍ଭଗ୍ୟପୂର୍ଣ୍ଣ ଖବର ପ୍ରଚାର କରିବା ସାମଗ୍ରୀ ରୂପେ ଏହାକୁ ଦୁରୁପଯୋଗ କରାଯାଇପାରେ । ସେ କହିଛନ୍ତି ଯେ ଯଦି ୪୫ ଦିନ ଭିତରେ ନିର୍ବାଚନ ଉପରେ ଯାଚିକା ଦାଖଲ କରାଯାଏ, ତେବେ ସିସିଟିଭି ଫୁଟେଜକୁ ସୁରକ୍ଷିତ ରଖାଯାଏ । ଏବଂ ଆବଶ୍ୟକ ସମୟରେ ଏହାକୁ ନ୍ୟାୟାଳୟରେ ଉପଲବ୍ଧ କରାଯାଇଥାଏ ।

ଅଧିକାରୀ କହିଛନ୍ତି ଯେ ମତଦାତାଙ୍କ ଗୋପନୀୟତା ବଜାୟ ରଖିବା ନିର୍ବାଚନ ଆୟୋଗଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଆଇନରେ ନିର୍ଦ୍ଧାରିତ ଏହି ଜରୁରି ନୀତି ଉପରେ କେବେ ବି ସାଲିସ କରାଯାଇନି, ଯାହାକୁ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ବଜାୟ ରଖିଛନ୍ତି । ଏହାସହ ନିର୍ବାଚନ ଆୟୋଗ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି, ୪୫ ଦିନ ଭିତରେ କୋର୍ଟରେ ଯଦି କୌଣସି ମାମଲା ନପହଁଞ୍ଚେ, ତେବେ ସିସିଟିଭି କ୍ୟାମେରା, ୱେବକାଷ୍ଟିଂ ଓ ଭିଡିଓ ଫୁଟେଜକୁ ନଷ୍ଟ କରିଦେବେ ।

ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ୍ସରେ ଲେଖିଥିଲେ, ମତଦାନ ସୂଚୀ ? ମଶିନ-ରିଡେବଲ୍ ଫର୍ମା ଦେବେ ନାହିଁ । ସିସିଟିଭି ଫୁଟେଜ ? ଆଇନ ବଦଳାଇ ଲୁଚାଇ ଦେବେ । ନିର୍ବାଚନର ଫଟୋ-ଭିଡିଓ ? ଏବେ ଏକ ବର୍ଷ ନୁହେଁ, ୪୫ ଦିନରେ ନଷ୍ଟ କରିଦେବେ । ଯାହାଙ୍କଠାରୁ ଉତ୍ତର ଦରକାର-ସେ ପ୍ରମାଣ ନଷ୍ଟ କରୁଛନ୍ତି । ସ୍ପଷ୍ଟ ଦୃଶ୍ୟମାନ- ମ୍ୟାଚ୍ ଫିକ୍ସ ଅଛି । ଏବଂ ଫିକ୍ସ ହୋଇଥିବା ନିର୍ବାଚନ, ଲୋକଙ୍କ ପାଇଁ ବିଷାକ୍ତ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.