ନୂଆଦିଲ୍ଲୀ: ଆମେରିକା ସହ ଟାରିଫକୁ ନେଇ ଚାଲିଥିବା ବିବାଦ ଭିତରେ ଚୀନ ଓ ଭାରତ ମଧ୍ୟରେ ସମ୍ପର୍କ ନିବିଡ଼ ହେବାରେ ଲାଗିଛି । ଦୁଇ ଦେଶ ଦ୍ୱିପାକ୍ଷିକ ସମ୍ପର୍କକୁ ଉନ୍ନତ କରିବା ଦିଗରେ ଆଗକୁ ବଢୁଛନ୍ତି । ଏହି କ୍ରମରେ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ସୋମବାର ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ୱାଙ୍ଗ ୟି ଓ ଭାରତରେ ତାଙ୍କ ସମକକ୍ଷ ଜୟଶଙ୍କରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି ।
ଜୟଶଙ୍କରଙ୍କ ସହ ବୈଠକରେ ୱାଙ୍ଗ ୟି କହିଛନ୍ତି, ଆମେ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଉଦ୍ୟମ କରିଛୁ । ଆମେ ସହଯୋଗକୁ ବଢାଇବା ଓ ଚୀନ-ଭାରତ ସମ୍ପର୍କରେ ସୁଧାର ଏବଂ ବିକାଶର ଗତିକୁ ଅଧିକ ମଜଭୁତ କରିବା ଉପରେ ମିଳିତ ସହମତି ପ୍ରକାଶ କରୁଛୁ । ଏହା ଦ୍ୱାରା ଆମେ ଦେଶ ବିକାଶ ସହ ପରସ୍ପରର ସଫଳତାରେ ବି ଯୋଗଦାନ ଦେଇପାରିବୁ । ଏହା ସହ ଏସିଆ ଓ ବିଶ୍ୱରେ ସେହି ସ୍ଥିରତା ଅଣାଯାଇପାରିବସ ଯାହା ବର୍ତ୍ତମାନ ଆବଶ୍ୟକ କରୁଛି ।
ଏହା ପୂର୍ବରୁ ଜୟଶଙ୍କର କହିଥିଲେ ଯେ ଚୀନ ଓ ଭାରତ ସମ୍ପର୍କ କଠିନ ସମୟ ଦେଇ ଗତ କରିଛି ଓ ଏବେ ଦୁଇ ଦେଶର ସହଭାଗିତାକୁ ଉନ୍ନତ କରିବାର ପ୍ରୟାସ ଜାରି ରହିଛି । ଜୟଶଙ୍କର କହିଥିଲେ, 'ଆମ ସମ୍ପର୍କ ଏକ କଠିନ ସମୟ ଦେଖିବା ପାଇଁ ଦୁଇ ଦେଶ ଏବେ ଆଗକୁ ବଢିବାକୁ ଚାହୁଁଛନ୍ତି । ଏଥିପାଇଁ ଉଭୟ ପକ୍ଷରୁ ଏକ ସ୍ପଷ୍ଟ ଓ ରଚନାତ୍ମକ ଦୃଷ୍ଟିକୋଣର ଆବଶ୍ୟକତା ରହିଛି । ଏହି ପ୍ରୟାସରେ ଆମେ ତିନି ନୀତି, ପରସ୍ପରକୁ ସମ୍ମାନ, ସମ୍ୱେଦନଶୀଳତା ଓ ପାରସ୍ପରିକ ହିତକୁ ଧ୍ୟାନରେ ରଖିବା ଦରକାର । ଜୟଶଙ୍କର କହିଥିଲେ ଯେ ମତଭେଦ ବିବାଦର ରୂପ ଯେପରି ନନେବ ଓ ପ୍ରତିଯୋଗିତା ସଂଘର୍ଷରେ ନବଦଳିବ ତାହା ଧ୍ୟାନ ଦିଆଯିବା ଜରୁରି।