ଦିଲ୍ଲୀର ଇ-ରିକ୍ସା ଚାର୍ଜିଂ ଷ୍ଟେସନ୍‌ରେ ଅଗ୍ନିକାଣ୍ଡ, ଚାଲିଗଲା ୨ ଜୀବନ

Published By : Prameya-News7 Bureau | June 09, 2025 IST

ନୂଆଦିଲ୍ଲୀ ୦୯।୦୬; ଦିଲ୍ଲୀର ବଡ ଅଘଟଣ  ଦିଲଶାଦ ଗାର୍ଡେନର କୋଡି କଲୋନୀରେ ଚାର୍ଜିଂ ପାଇଁ ରଖାଯାଇଥିବା ଦୁଇଟି ଇ-ରିକ୍ସାରେ ନିଆଁ ଲାଗିଯାଇଛି । ଯାହାଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ଆମେ ରାତି ୧୧.୩୨ ରେ ସୂଚନା ପାଇଲୁ। ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲୁ।

ନିଆଁ ଲିଭାଇବା ପରେ ଜଣାପଡିଲା ଯେ ଦୁଇଟି ଇ-ରିକ୍ସା ଏବଂ ମୋଟରସାଇକେଲ ପୋଡ଼ି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡ ଘଟଣାରେ ଦୁଇ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଜଣେ ୨୪ ବର୍ଷ ଏବଂ ଅନ୍ୟ ଜଣେ ୬୦ ବର୍ଷ ବୟସର ବ୍ୟକ୍ତି। ଇ-ରିକ୍ସା ଚାର୍ଜିଂ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ପୂର୍ବରୁ ଦିଲ୍ଲୀର ବିବେକ ବିହାର ଥାନା ଅଞ୍ଚଳର ବିଶ୍ୱକର୍ମାରେ ଏକ ବେଆଇନ ଚାର୍ଜିଂ ଷ୍ଟେସନରେ ନିଆଁ ଲାଗିଥିଲା। ନିଆଁ ଲାଗିବା ମାତ୍ରେ ରିକ୍ସାର ବ୍ୟାଟେରୀ ଗୁଡ଼ିକ ବିସ୍ଫୋରଣ ହୋଇଥିଲା।

ଇ-ରିକ୍ସା କାରଖାନାରେ ନିଆଁ

କହିବାକୁ ଗଲେ ଦୁଇ ଦିନ ପୂର୍ବରୁ ଶୁକ୍ରବାର ଉତ୍ତର-ପୂର୍ବ ଦିଲ୍ଲୀର ଏକ ଅଞ୍ଚଳରେ ଇ-ରିକ୍ସା କାରଖାନାରେ ନିଆଁ ଲାଗିଥିଲା। ଏହି ଦୁର୍ଘଟଣାରେ କୌଣସି ମୃତାହତ ହୋଇନାହିଁ। ଅଗ୍ନିଶମ ବିଭାଗ କହିଛି ଯେ କାରଖାନାର ଚାର୍ଜିଂ ଷ୍ଟେସନରେଘଟିଥିଲା। ଅଗ୍ନିଶମ ବିଭାଗକୁ ଅଗ୍ନିକାଣ୍ଡ ବିଷୟରେ ସୂଚନା ଦିଆଯାଇଥିଲା, ଯାହା ପରେ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.