ଦୁବାଇ ଆକାଶ ହଠାତ୍ ହୋଇଗଲା ସବୁଜ, ଭାଇରାଲ୍ ଭିଡିଓ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | April 18, 2024 IST

ନୂଆଦିଲ୍ଲୀ: ୟୁଏଇରେ ଗତ ମଙ୍ଗଳବାର ଏପ୍ରିଲ ୧୬ରେ ୭୫ ବର୍ଷରେ ଗୋଟିଏ ଦିନରେ ସବୁଠୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ମୂଷଳଧାରା ବର୍ଷା କାରଣରୁ ସୃଷ୍ଟି ବନ୍ୟା ଯୋଗୁଁ ବ୍ୟାପକ କ୍ଷତି ହୋଇଛି । ଦୁବାଇରେ ପ୍ରବଳ ବର୍ଷା-ପବନ ଯୋଗୁଁ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ବର୍ଷା କାରଣରୁ ଆସିଥିବା ବନ୍ୟାର ଅନେକ ଭିଡିଓ ସାମନାକୁ ଆସିଛି । ଏହାରି ଭିତରେ ଦୁବାଇ ଆକାଶର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆକାଶ ସମ୍ପୂର୍ଣ୍ଣ ସବୁଜ ରଙ୍ଗରେ ଦେଖାଯାଉଛି । ଏହାପରେ ପବନ ଏବଂ ଭୟଙ୍କର ବିଜୁଳି ମାରିବା ଆରମ୍ଭ ହୋଇଥିଲା ।  

ଉଲ୍ଲେଖଯୋଗ୍ୟ ଗ୍ରୀନ୍ କ୍ଲାଉଡ୍ ଏକ ପ୍ରକାର ସୁପର କ୍ଲାଉଡ୍ ଅଟେ । ଯାହା ଏପରି ମୌସୁମୀର ମୁଖ୍ୟ କାରକ ଅଟେ । ଏହା କିଛି ବିଶେଷ ପରିସ୍ଥିତିରେ ଘଟିଥାଏ । ଏହି ସମୟରେ ଦିନରେ ରାତି ପରି ଅନ୍ଧାର ଖେଳି ଯାଇଥାଏ । ସବୁଜ ବାଦଲ ଉପର ବାୟୁମଣ୍ଡଳରେ ଦୁଇ ପ୍ରକାର ବାୟୁ ଧାରା-ଥଣ୍ଡା ଏବଂ ଗରମର ଉପସ୍ଥିତି କାରଣରୁ ମଧ୍ୟ ହୋଇଥାଏ । ବିଶେଷଜ୍ଞଙ୍କ ଅନୁସାରେ ଏହାର ସବୁଜ ରଙ୍ଗ ଏଥିରେ ପାଣିର ପ୍ରଚୁର ମାତ୍ରାକୁ ଦର୍ଶାଏ । ଏହାସହ ଏଥିରେ ଥଣ୍ଡା ଏବଂ ସୂର୍ଯ୍ୟ କିରଣର ପ୍ରତିମ୍ୱିବ ମଧ୍ୟ ହୋଇଥାଏ, ଯେଉଁଥିପାଇଁ ଏହାର ରଙ୍ଗ ସବୁଜ ଦେଖା ଯାଇଥାଏ । ଏହିପରି ବାଦଲ ହେବା ଦ୍ୱାରା ବେଳେବେଳେ କୁଆ ପଥର ବର୍ଷା ମଧ୍ୟ ହୋଇଥାଏ । ଯେଉଁଥିରେ କିଛି ବ୍ୟାସ ୭ ସେମି ଯାଏ ହୋଇପାରେ ।


ରାଷ୍ଟ୍ରୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ ୧୯୪୯ ମସିହା ପରେ ଦୁବାଇରେ ୭୫ ବର୍ଷରେ ସବୁଠୁ ଅଧିକ ବର୍ଷ ହୋଇଛି । ଅଲ୍ ନିନୋରେ ୨୪ ଘଣ୍ଟା ଭିତରେ ୨୫୪ ମିମି ବର୍ଷା ହୋଇଥିଲା, ଯାହା ପ୍ରାୟ ୨ ବର୍ଷର ହାରାହାରି ବର୍ଷା ସହ ସମାନ । ଯାହା ୟୁଏଇ ଜଳବାୟୁ ଇତିହାସରେ ଏକ ଅସାଧାରଣ ଘଟଣା ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.