ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣା : ସିଂହଦ୍ଵାର ଥାନାରେ ମାମଲା ରୁଜୁ

Published By : Prameya-News7 Bureau | June 01, 2025 IST

ପୁରୀ : ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣାକୁ ନେଇ ସିଂହଦ୍ଵାର ଥାନାରେ ଏକ ମାମଲା ରୁଜୁ ହୋଇଛି । ଏ ନେଇ ପୁରୀ ଏସ୍‌ପି ବିନୀତ ଅଗ୍ରୱାଲ ପ୍ରତିକ୍ରିୟା ରଖିଛନ୍ତି । ଏସ୍‌ପି କହିଛନ୍ତି, ତଦନ୍ତ ଆରମ୍ଭ କରିଛି ପୋଲିସ । ସୋସିଆଲ ଆକାଉଣ୍ଟରେ ଅପଲୋଡ୍ ହୋଇଥିବା ଭିଡିଓ କେବେ ଓ କିଏ ଅପଲୋଡ଼ କରିଛି ତା'ର ତଦନ୍ତ ହେବ । ଚୂନରା ସେବାୟତ ଏହି ଭିଡିଓ ଫୁଟେଜ ନେବାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ହେବ । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ସମ୍ପୂର୍ଣ୍ଣ ବେଆଇନ ବୋଲି ଏସ୍‌ପି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଭାଇରାଲ୍ ହୋଇଛି । ଭାଇରାଲ ଡ୍ରୋନ୍ ଭିଜୁଆଲ୍‌ରେ ଜଣେ ଚୁନରା ସେବକଙ୍କ ଚିତ୍ର ଦେଖିବାକୁ ମିଳିଛି । ଡ୍ରୋନ୍ ଉଡିବା ସମୟରେ ସେ ଜାଣିଥିବା ଭଳି ଦୃଶ୍ୟ ବାରି ହୋଇପଡୁଛି । କାରଣ ଯେତେବେଳେ ତାଙ୍କ ଚିତ୍ର ଉତ୍ତୋଳନ ହେଉଛି ସେତେବେଳେ ସେ ମୁଣ୍ଡିଆ ମାରୁଛନ୍ତି । ସେ ଭିଡିଓଟି ମଧ୍ୟ ଏଡିଟି କରାଯାଇଛି । ଚୁନରା ସେବକଙ୍କ ଦ୍ବାରା ୧୪ ହାତିଆ ମୁଖ୍ୟ ବାନା ଲଗାଯାଉଥିବା ସମୟର ଦୃଶ୍ୟ ମଧ୍ୟ ସେହି ଭିଡିଓରେ ରହିଛି ।  ଯେଉଁଠି  ଆଣ୍ଟି ଡ୍ରୋନ୍ ସିଷ୍ଟମର କଥା କୁହାଯାଉଛି ସେଠାରେ ସାହାସ କରି ଡ୍ରୋନ୍ ଉଡ଼ାଯାଉଛି । ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

You Can Read:

ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁଗମତାକୁ ସରକାରଙ୍କ ଗୁରୁତ୍ବ, ଆଣ୍ଟି ଡ୍ରୋନ୍‌ ଟେକ୍ନୋଲୋଜି ପ୍ରକ୍ରିୟା ଆରମ୍ଭ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.