ମିଡ଼ିଆ ଠାରୁ ଦୂରେଇ ରୁହ , ମହାରାଷ୍ଟ୍ରରେ ଭାଷା ବିବାଦ ନେଇ MNS ନେତାଙ୍କୁ ରାଜ ଠାକରେଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | July 08, 2025 IST

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ମରାଠୀ ଭାଷାକୁ ନେଇ ଚାଲିଥିବା ବିବାଦ ଓ ମୀରା ରୋଡ୍‌ରେ ଏକ ଫୁଡ୍ ଷ୍ଟଲ୍‌ ମାଲିକଙ୍କ ଉପରେ ଆକ୍ରମଣ ମାମଲା ତୀବ୍ର ହୋଇଛି। ଏହି ମଧ୍ୟରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ନେତାଙ୍କୁ ମିଡ଼ିଆ ସହ କଥାବାର୍ତ୍ତା ହେବା ବା ସୋସିଆଲ ମିଡ଼ିଆରେ କିଛି ବିବୃତ୍ତି ଦେବା ବା ଭିଡ଼ିଓ ପୋଷ୍ଟ କରିବାକୁ କଡ଼ା ନିଷେଧ କରିଛନ୍ତି। ରାଜ ଠାକରେ ପାର୍ଟିର ମୁଖପାତ୍ରଙ୍କୁ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ତାଙ୍କର ବିନା ଅନୁମତିରେ କୌଣସି ବି ମିଡ଼ିଆ ମାଧ୍ୟମ ସହ ସଂପର୍କ କରିବେ ନାହିଁ।

ରାଜ ଠାକରେ ଏକ୍ସରେ ପୋଷ୍ଟ କରି କହିଛନ୍ତି , ଏକ ସ୍ପଷ୍ଟ ନିର୍ଦ୍ଦେଶ ...ପାର୍ଟିର କୌଣସି ବି ବ୍ୟକ୍ତି ଖବରକାଗଜ , ନ୍ୟୁଜ୍‌ ଚ୍ୟାନେଲ ବା ଡିଜିଟାଲ ମିଡ଼ିଆ ସହ ସଂପର୍କ କରନ୍ତୁ ନାହିଁ। ସେହିପରି , ସୋସିଆଲ ମିଡ଼ିଆରେ ନିଜର ବିଚାର ବ୍ୟକ୍ତି କରିବା ବା ଭିଡ଼ିଓ ପୋଷ୍ଟ କରିବାରୁ ନିବୃତ୍ତି ରୁହନ୍ତୁ।

ରାଜ ଠାକରେ ନିର୍ଦ୍ଦେଶରେ ଆହୁରି ଲେଖିଛନ୍ତି , ଗଣମାଧ୍ୟମ ସହ ଯୋଗାଯୋଗ କରିବାର ସରକାରୀ ଦାୟିତ୍ୱ ନିର୍ବାହ କରୁଥିବା ସମସ୍ତ ଦଳର ମୁଖପାତ୍ରମାନେ ମଧ୍ୟ ମୋର ବିନା ଅନୁମତି ବା ବିନା ପରାମର୍ଶରେ, କୌଣସି ପ୍ରକାରର ଗଣମାଧ୍ୟମର ସହ ଯୋଗାଯୋଗ କରିବେ ନାହିଁ ଏବଂ ସୋସିଆଲ ମିଡ଼ିଆରେ ନିଜର ବିଚାର ବ୍ୟକ୍ତି କରିବେ ନାହିଁ । 

ରାଜ ଠାକରେଙ୍କ ଏହି ବିବୃତ୍ତି ସେହି ଘଟଣା ପରେ ଆସିଛି , ଯେତେବେଳେ ମଙ୍ଗଳବାର ଦ୍ୱିପ୍ରହରରେ ମରାଠୀ ଅସ୍ମିତାର ସୁରକ୍ଷାକୁ ନେଇ ଏକ ବଡ଼ା ରାଲି ବାହାରି ଥିଲା, ଯେଉଁଥିରେ MNS ଓ ମରାଠୀ ଏକତା ସମିତିର ଆହ୍ୱାନରେ ଶହ ଶହ ଲୋକ ସାମିଲ ହୋଇ ଥିଲେ। ଏହି ରାଲି ନିକଟରେ ମରାଠୀ ଭାଷା ନକହିବା ଯୋଗୁଁ,ଜଣେ ଫୁଡ୍‌ ଷ୍ଟଲ୍‌ ମାଲିକଙ୍କୁ ମାରପିଟିର ଘଟଣାର ବିରୋଧରେ , ବ୍ୟବସାୟିକ ଦ୍ୱାରା ଆୟୋଜିତ ବିରୋଧ ପ୍ରଦର୍ଶନର ଜବାବରେ ବାହାର କରାଯାଇ ଥିଲା। 

ହେଲେ ଏହି ରାଲିକୁ ନେଇ ପୁଲିସ ପୂର୍ବରୁ ହିଁ ଅନୁମତି ଦେବାକୁ ମନା କରି ଥିଲା। ପୁଲିସର ଯୁକ୍ତି ଥିଲା ଯେ , ଏଥିରେ ଆଇନ ବ୍ୟବସ୍ଥା  ବିଗିଡି ପାରେ। ଏହା ସତ୍ତ୍ୱେ ଆୟୋଜକମାନେ ମୂଳ ପ୍ରସ୍ତାବିତ ମାର୍ଗରେ ରାଲି ବାହାର କରିଥିଲ, ଯେଉଁଥିରେ ସଡ଼କ ଖୁବ୍‌ ରାଜନୀତିକ ଡ୍ରାମା ଓ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ରାଲି ବେଳେ ପୁଲିସ ବହୁ ସଂଖ୍ୟାରେ ଏମଏନଏସ ଓ ଅନ୍ୟ ସଙ୍ଗଠନର କର୍ମୀଙ୍କୁ ଅଟକ ରଖିଥିଲେ। ଅନେକ ଲୋକଙ୍କୁ ଏହି ସମୟରେ ରୋକା ଯାଇଥିଲା , ଯେତେବେଳେ ସେମାନେ ମିଡ଼ିଆକର୍ମୀଙ୍କ ସହ କଥାବାର୍ତ୍ତା ହେଉଥିଲେ। ଶିବସେନା (ୟୁବିଟି) ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦ ପାୱାର ଗ୍ରୁପ୍)ର କାର୍ଯ୍ୟକର୍ତ୍ତା ମଧ୍ୟ ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.