ନୂଆଦିଲ୍ଲୀ : ଯଦି ଆପଣ ସବୁ କାମକୁ ଚଟାପଟ କରିବାକୁ ଚ୍ୟାଟ୍ ଜିପିଟିର ବ୍ୟବହାର କରୁଛନ୍ତି, ତ ସାବଧାନ ହୋଇ ଯାଆନ୍ତୁ। ଚ୍ୟାଟ୍ ଜିପିଟିରେ ଆବଶ୍ୟକତା ଠାରୁ ଅଧିକ ଭରସା କରିବା ଆପଣଙ୍କୁ ବଡ଼ ସମସ୍ୟାରେ ପକାଇ ପାରେ। ହୋଇପାରେ କି ଆପଣଙ୍କୁ ଚ୍ୟାଟ ଜିପିଟି ଭଳି ଚ୍ୟାଟବଟ୍ସ ସାହାଯ୍ୟକାରୀ ଓ ବିଶ୍ୱସନୀୟ ଆସିଷ୍ଟାଣ୍ଟ ଲାଗିପାରେ , କିନ୍ତୁ ଏକ୍ସପର୍ଟସ ପରାମର୍ଶ ଦେଇଛନ୍ତି କି, କିଛି କଥା ଚ୍ୟାଟ୍ଜିପିଟିକୁ ନକହିବା ହିଁ ଭଲ। ବିଶେଷକରି ସେନ୍ସିଟିଭ୍ ଇନଫର୍ମେସନ ଭଳି ବ୍ୟାଙ୍କିଂ ଡିଟେଲ , ପାସୱାର୍ଡ , ହେଲଥ୍ ଆଡଭାଇସ ବ୍ୟତୀତ। ଏଠାରେ ଆମେ ଆପଣଙ୍କୁ ୫ଟି ଏମିତି ଜିନିଷ ବିଷୟରେ କହିବୁ ,ଯାହାକୁ ଚ୍ୟାଟ ଜିପିଟି ବା ଅନ୍ୟ ଏଆଇ ଚ୍ୟାଟବଟ୍ସ ସହ ଭୁଲରେ ବି ସେୟାର କରନ୍ତୁ ନାହିଁ।
୧- ପର୍ସନାଲ ଇନଫର୍ମେସନ
କେବେ ବି ନିଜର ପର୍ସନାଲ ଇନଫର୍ମେସନ ଏଆଇ ଚ୍ୟାଟବଟ୍ସ ସହ ସେୟାର କରନ୍ତୁ ନାହିଁ , ଯେମିତି କି ଆପଣଙ୍କ ନାମ, ଠିକଣା, ଫୋନ ନମ୍ୱର ବା ଇମେଲ ଆଡ୍ରେସ୍। ଏହି ଇନଫର୍ମେସନର ବ୍ୟବହାର ଆପଣଙ୍କ ଚିହ୍ନଟ କରିବା ଓ ଆପଣଙ୍କ ଆକ୍ଟିଭିଟିକୁ ଟ୍ରାକ୍ କରିବା ପାଇଁ କରାଯାଇ ପାରେ।
୨- ବ୍ୟାଙ୍କିଂ ଡିଟେଲ –
କେବେ ବି ନିଜର ଫାଇନେନ୍ସିଆଲ ଡିଟେଲ କୌଣସି ଏଆଇ ଚ୍ୟାଟବଟସ ସହ ସେୟାର କରନ୍ତୁ ନାହିଁ। ଯେମିତିକି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ୱର , କ୍ରେଡିଟ୍ କାର୍ଡ ନମ୍ୱର ବା ସୋସିଆଲ ସିକ୍ୟୁରିଟି ନମ୍ୱର। ଏହି ଇନଫର୍ମେସନର ବ୍ୟବହାର ଆପଣଙ୍କର ଟଙ୍କା ବା ଆପଣଙ୍କର ଆଇଣ୍ଡେଣ୍ଟିଟି ଚୋରେଇବା ପାଇଁ ବ୍ୟବହାର କରାଯାଇ ପାରେ।
୩- ଲଗ୍-ଇନ କ୍ରିଡେନ୍ସିଆଲ୍ସ –
କେବେ ବି ନିଜର ପାସୱାର୍ଡ୍ସ ଓ ଲଗ୍-ଇନ୍ କ୍ରିଡେନ୍ସିଆଲ୍ସକୁ କୌଣସି ବି ଏଆଇ ଚ୍ୟାଟବଟ୍ସ ସହ ସେୟାର କରନ୍ତୁ ନାହିଁ। ଏହି ଇନଫର୍ମେସନର ବ୍ୟବହାର ଆପଣଙ୍କ ଆକାଉଣ୍ଟସକୁ ଆକ୍ସେସ୍ କରିବା ଏବଂ ଆପଣଙ୍କ ଡାଟା ଚୋରାଇବା ପାଇଁ କରାଯାଇ ପାରେ।
୪- କମ୍ପାନୀର ଗୋପନୀୟ ସୂଚନା –
ଯଦି ଆପଣ ନିଜର ଅଫିସର କାମ ପାଇଁ ଚ୍ୟାଟବଟ୍ର ବ୍ୟବହାର କରନ୍ତି, ତ କ୍ଲାଇଣ୍ଟ ଡିଟେଲ୍ସ ବା କମ୍ପାନୀର ଗୋପନୀୟ ସୂଚନା ସେୟାର କରିବାରୁ ନିବୃତ୍ତ ରୁହନ୍ତୁ।୨୦୨୩ରେ ସାମସଙ୍ଗ ଏକ ସେନ୍ସଟିଭ୍ କୋଡ୍ ଲିକ୍ ହେବା ପରେ ଅଫିସରେ ଏଆଇ ଚ୍ୟାଟବଟ୍ର ବ୍ୟବହାରର ବ୍ୟାନ୍ କରି ଦେଇ ଥିଲା।
୫- ନିଜର ମେଡିକାଲ ଡିଟେଲ-
ଏଆଇ ଆପଣଙ୍କର ଡାକ୍ତର ନୁହେଁ, ଏଥିପାଇଁ କେବେ ବି ଏଆଇକୁ ହେଲଥ୍ ଆଡଭାନ୍ସ ମାଗନ୍ତୁ ନାହିଁ। ଏହାସହ, କେବେ ବି ନିଜର ହେଲଥ୍ ଡିଟେଲ୍ସ ସେୟାର କରନ୍ତୁ ନାହିଁ ,ଯେଉଁଥିରେ ଇନ୍ସୁରାନ୍ସ ନମ୍ୱର ଆଦି ସାମିଲ ଥିବ।
ସୁରକ୍ଷିତ ରହିବା ପାଇଁ ଏହି କଥାକୁ ଧ୍ୟାନ ଦିଅନ୍ତୁ-
ନିଜର ଚ୍ୟାଟ୍ ହିଷ୍ଟ୍ରିକୁ ନିୟମିତ ଭାବେ ଡିଲିଟ୍ କରନ୍ତୁ ଏବଂ ଚ୍ୟାଟଜିପିଟିରେ ସର୍ବଦା ଟେମ୍ପରେରି ଚ୍ୟାଟବଟ୍ର ବ୍ୟବହାର କରନ୍ତୁ, ଯେଉଁଥିରେ ଆପଣଙ୍କର ଡାଟା ମଡେଲ ଟ୍ରେନିଂ ପାଇଁ ବ୍ୟବହାର ହେବ ନାହିଁ। ମନେରଖନ୍ତୁ ଆପଣ ଏଆଇ ଚ୍ୟାଟବଟ୍ସକୁ ଯାହା କିଛି ବି କହୁଛନ୍ତି , ତାହା ଷ୍ଟୋର କରାଯାଇ ପାରେ। ଆପଣ ଏଆଇ ଚ୍ୟାଟବଟ୍ସକୁ କେବେ ବି ଏମିତି କୌଣସି କଥା କହିବା ଉଚିତ୍ ନୁହେଁ , ଯାହା ଆପଣ ଦୁନିଆକୁ କହିବାକୁ ଚାହାନ୍ତି ନାହିଁ। ଏହା କିଛି ବି ସିକ୍ରେଟ୍ ହୋଇ ପାରେ। ଯାହାକୁ ଆପଣ ଲୁଚାଇ ରଖିବାକୁ ଚାହାନ୍ତି।