ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ୬ ଜଣଙ୍କ ମୃତ୍ୟୁ, କାଲି ସୁଦ୍ଧା ରିପୋର୍ଟ ଦେବେ ୫ ଜଣିଆ ଟିମ୍

Published By : Prameya-News7 Bureau | June 04, 2025 IST

ଭୁବନେଶ୍ଵର/କୋରାପୁଟ: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ୬ଜଣ ରୋଗୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ DMET । କାଲି ସୁଦ୍ଧା ୫ଜଣିଆ ଟିମ୍ ଦେବ ରିପୋର୍ଟ । MKCGର ୩, SCBର ୨ ଜଣିଆ ଟିମ କରିବେ ତଦନ୍ତ । ଗତକାଲି ରାତିରେ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଘଣ୍ଟାଏ ଭିତରେ ୬ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ICUରେ ୪ଜଣ ଓ ଓ୍ବାର୍ଡ଼ରେ ୨ଜଣ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହୋଇଛି । ଭୁଲ୍ ଇଂଜେକ୍ସନ ଯୋଗୁଁ ରୋଗୀମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜି ବି ଜୋର୍ ଧରିଛି ।

MKCGର ୩, SCBର ୨ ଜଣିଆ ଟିମ କରିବେ ତଦନ୍ତ। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ୬ଜଣ ରୋଗୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି DMET । ସେ କହିଛନ୍ତି ଯେ, ହସ୍ପିଟାଲ ଡାକ୍ତର କହୁଛନ୍ତି ଯେ, କିଛି ଅଲଗା ଇଂଜେକ୍ସନ ଦିଆଯାଇନି । ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ଟିମ୍ ସେଠାରେ ପହଞ୍ଚି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଡାଇରେକ୍ଟୋରେଟ୍ ଅଫ୍ ମେଡିକାଲ ଏଜୁକେସନ ଆଣ୍ଡ ଟ୍ରେନିଂ, DMET ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ ମିଶ୍ର । 

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଗତକାଲି ମଧ୍ୟ ରାତ୍ରିରେ ମାତ୍ର ଘଣ୍ଟାକ ଭିତରେ ୬ ଛଅ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଭୁଲ୍ ଇଂଜେକ୍ସନ ଯୋଗୁଁ ଏହି ରୋଗୀମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଅନ୍ୟପଟେ କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ଘଟଣାର ସମୀକ୍ଷା କରାଯାଇଛି । ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଚିକିତ୍ସାରେ କୌଣସି ତ୍ରୁଟି ହୋଇନଥିବା କୁହାଯାଇଛି । ଭୁଲ୍ ଇଂଜେକ୍ସନ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ । 

ସେପଟେ କୋରାପୁଟ ରୋଗୀ ମୃତ୍ୟୁକୁ ନେଇ ତେଜିଛି ରାଜନୈତିକ ବୟାନବାଜି । ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି । ମୃତକଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ନଦେଲେ ଆନ୍ଦୋଳନର ଚେତାବନୀ ଦେଇଛି କଂଗ୍ରେସ । ବିଜେପି କହିଛି, ତଦନ୍ତ ପରେ ରିପୋର୍ଟ ଆଧାରରେ ହେବ ଆକ୍ସନ । DMETଙ୍କ ନିର୍ଦ୍ଦେଶରେ ଗଠିତ ୫ଜଣିଆ ଟିମ୍‌ରେ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ କୋରାପୁଟ ରୋଗୀ ମୃତ୍ୟୁର କାରଣ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.