କାନାଡାରେ ଗଙ୍ଗା ଆଳତି ଦେଖିଛନ୍ତି କି ? ବିଦେଶ ମାଟିରେ ଭାରତୀୟମାନେ ରିକ୍ରିଏଟ୍‌ କଲେ ସୁନ୍ଦର ଦୃଶ୍ୟ

Published By : Prameya-News7 Bureau | July 12, 2025 IST

ନୂଆଦିଲ୍ଲୀ : ଭାରତ ଠାରୁ ହଜାର ହଜାର ମାଇଲ୍‌ ଦୂରରେ ଆପଣଙ୍କୁ କାଶୀ ଘାଟର ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଲେ , ଆପଣ କେବେ ବି ହରାଇବାକୁ ଚାହିଁବେ ନାହିଁ। ନିକଟରେ କାନାଡରେ ରହୁଥିବା ଭାରତୀୟମାନେ ବନାରସ ଓ ଋଷିକେଶର ବିଶ୍ୱ ପ୍ରସିଦ୍ଧ ଗଙ୍ଗା ଆଳତିକୁ ରିକ୍ରିଏଟ୍‌ କରିବାକୁ ଚେଷ୍ଟା କରିଥିଲେ। ଏହାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ସୋସିଆଲ ମିଡ଼ିଆରେ ଗୋଟେ ପଟେ କିଛି ଲୋକ ଏହାକୁ ଘର ଠାରୁ ଦୂରରେ ପରମ୍ପରାକୁ ଜୀବିତ ରଖିବାକୁ ଭଲ ପ୍ରୟାସ କହୁଥିବା ବେଳେ , ଆଉ କିଛି ଲୋକ ଏଥିରେ ଖୁସି ନଥିବା ଦେଖିବାକୁ ମିଳିଛି। 

ସୂଚନା ଆଧାରରେ, ଭାରତୀୟ ବଂଶୋଦ୍ଭବ ଲୋକମାନେ କାନାଡାର ମିସିସାଗାର ଏରିଣ୍ଡେଲ ପାର୍କରେ କ୍ରେଡିଟ୍‌ ନଦୀ ତଟରେ ଗଙ୍ଗା ଆଳତିର କାର୍ଯ୍ୟକ୍ରମରେ ଭାଗ ନେଇ ଥିଲେ। ଏହି ଆଳତି ପାଇଁ ଅନେକ ଲୋକ ଏକାଠି ହୋଇଥିଲେ। ପାରମ୍ପରିକ ଉପାୟରେ ପୂଜା-ଅର୍ଚ୍ଚନା ଓ ଆଳତି କରି ଥିଲେ। ଭିଡ଼ିଓରେ ଲୋକଙ୍କୁ ଗୋଟିଏ ସ୍ୱରରେ ଗଙ୍ଗା ଆଳତି ଗାଇବାର ଶୁଣିବାକୁ ପାଇବେ, ଯାହାକୁ ଶୁଣି ଆପଣ ମଧ୍ୟ ବାଃ ବାଃ କହି ଉଠିବେ।


କାନାଡାରେ ଭାରତୀୟ କନ୍ସୁଲେଟ୍‌ ଏହି କାର୍ଯ୍ୟକ୍ରମର ଫଟୋକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରି ଅର୍ଗାନାଇଜରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଇଣ୍ଡିଆନ ଟୋରଣ୍ଟୋ ପୋଷ୍ଟରେ ଲେଖିଛି, ବାଣିଜ୍ୟ ରାଷ୍ଟ୍ରଦୂତ ସଞ୍ଜୀବ ସକଲାନି ମିସିସାଗାର ଏରିଣ୍ଡେଲ୍‌ ପାର୍କରେ କ୍ରେଡିଟ୍‌ ନଦୀର କୂଳରେ ଆୟୋଜିତ ଗଙ୍ଗା ଆଳତିରେ କନ୍ସୁଲେଟ୍‌ର ପ୍ରତିନିଧିତ୍ୱ କରିଥିଲେ।  ଦିବ୍ୟ ଓ ପବିତ୍ର ମନ୍ତ୍ରରେ ସଜ୍ଜିତ ଏହା ଏକ ଭାବପୂର୍ଣ୍ଣ ସନ୍ଧ୍ୟା ଥିଲା,ଯାହାର ଆୟୋଜନ ଟିମ୍‌ ରେଡିଓ ଢିଶୁମ୍‌ ଦ୍ୱାରା କରାଯାଇ ଥିଲା। ଅନ୍ୟପଟେ ଏହି ବାର୍ଷିକ କାର୍ଯ୍ୟକ୍ରମର ଆୟୋଜନ କରିଥିବା ରେଡିଓ ଢିଶୁମ୍‌ ମଧ୍ୟ ଏକ ଭିଡ଼ିଓ ପୋଷ୍ଟରେ ଲେଖିଛି, ଏହି ନିଆରା ଦୃଶ୍ୟକୁ ଦେଖି ଏମିତି ଲାଗୁ ଥିଲା ଯେ,ଯେମିତି ପୂରା ବନାରସ ଟୋରଣ୍ଟୋକୁ ଛୁଟି ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.