ଯାଜପୁର ଜିଲ୍ଲାରେ ଡାଇରିଆ ନିୟନ୍ତ୍ରଣରେ ଅଛି, ଡାକ୍ତରଖାନାରେ ରୋଗୀ ଭର୍ତ୍ତି ସଂଖ୍ୟା କମୁଛି

Published By : Prameya-News7 Bureau | June 12, 2025 IST

ଝାରସୁଗୁଡ଼ା ୧୨: ଯାଜପୁର ଜିଲ୍ଲାରେ ଡାଇରିଆ ନିୟନ୍ତ୍ରଣରେ ଅଛି । ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଡାକ୍ତରଖାନାରେ ରୋଗୀ ଭର୍ତ୍ତି ସଂଖ୍ୟା କମୁଛି । ଯାଜପୁର ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗର ଗୋଟିଏ ସ୍ୱତନ୍ତ୍ର ଟିମ୍ ସହ IMAର ସ୍ୱତନ୍ତ୍ର ଟିମ୍ ପହଞ୍ଚିଲାଣି । ଜିଲ୍ଲାର ବିଧାୟକ ଓ ସାଂସଦଙ୍କ ସହ ସଂପର୍କରେ ଅଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । 

ଯାଜପୁରରେ ଅଣାୟତ୍ତ ହେଉଛି ଝାଡ଼ାବାନ୍ତି । ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣଙ୍କ ଜୀବନ ଗଲାଣି । ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ୫ ଶହରୁ ଅଧିକ ଆକ୍ରାନ୍ତ । କିଛି ଦିନରେ ବ୍ୟାସନଗର, ଯାଜପୁର ସଦର, ଧର୍ମଶାଳା, ରସୁଲପୁର, କୋରାଇ, ଦାନଗଦି ଆଦି ବ୍ଲକକୁ ବ୍ୟାପିଗଲାଣି ଡାଇରିଆ । ଯାଜପୁର ରୋଡ ମେଡିକାଲରେ ୧୮୬ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହେଲେଣି । ୬୫ ଜଣ ଚିକିତ୍ସାଧୀନ ଥିବା ବେଳେ ୧୧ ଜଣ କଟକ ବଡ ଡାକ୍ତରଖାନାକୁ ରେଫର ହୋଇଛନ୍ତି । ଧର୍ମଶାଳା ମେଡିକାଲରେ ୧୦୦ରୁ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଦାନଗଦି ମେଡିକାଲରେ ଭର୍ତ୍ତି ହୋଇଥିବା ୫୫ ଜଣଙ୍କ ମଧ୍ୟରୁ ୧୪ ଜଣ କଟକ ଏବଂ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ଧର୍ମଶାଳା ମେଡିକାଲରେ ୨୦୦ ରୁ ଅଧିକ ରୋଗୀ ଭର୍ତ୍ତି ହୋଇଛନ୍ତି । ଦାନଗଦି ବ୍ଲକ ଉଚ୍ଚବାଲି ଗାଁର ୪୦ ଜଣ ଆକ୍ରାନ୍ତଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଯାଜପୁର ଜିଲ୍ଲାପାଳ, ସିଡିଏମଓ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଆକ୍ରାନ୍ତଙ୍କୁ କିପରି ଉତ୍ତମ ଚିକିତ୍ସା ପ୍ରଦାନ କରାଯିବ ତାହା ଉପରେ ଗୁରୁତ୍ବ ଦେଇଛନ୍ତି । ଭୋଜି ଏବଂ ପିଇବା ପାଣି ପାଇଁ ଏମିତି ସ୍ଥିତି ଉପୁଜିଥିବା ଆଶଙ୍କା କରାଯାଉଛି । 

You Can Read:

ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହ ନେଇ ବର୍ଷିଲା କଂଗ୍ରେସ, ପିସିସି ସଭାପତି କହିଲେ- ପ୍ରତାରଣା କ’ଣ କରିଛନ୍ତି ତାର ହିସାବ ଦିଅନ୍ତୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.