ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି, ହ୍ରାସ ପାଉଛି ରୋଗୀ ସଂଖ୍ୟା

Published By : Prameya-News7 Bureau | June 19, 2025 IST

ଭୁବନେଶ୍ବର ୧୯।୬: ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ରୋଗୀ ସଂଖ୍ୟା ହ୍ରାସ ପାଉଛି । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଡାଇରିଆ ସ୍ଥିତିର ସମୀକ୍ଷା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ସରକାର ଆକ୍ସନ ମୋଡ୍‌ରେ ଅଛନ୍ତି । ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ଭିସି ମାଧ୍ୟମରେ ବୈଠକରେ ଉପସ୍ଥିତ ଥିଲେ । ସେଣ୍ଟ୍ରାଲ ଟିମ୍ ସହ ରାଜ୍ୟ ସରକାରଙ୍କ ଅଧିକାରୀ ଯାଜପୁର, ଭଦ୍ରକ, କଟକ ଜିଲ୍ଲାରେ ଉପସ୍ଥିତ ଅଛନ୍ତି । ସିଚ୍ୟୁଏସନ ଡିକ୍ଲାଇନ ମୋଡରେ ଅଛି । ସରକାର ଆକ୍ସନ ମୋଡ୍‌ରେ ଅଛନ୍ତି । ପାନୀୟ ଜଳର ଉତ୍ସ ଯାହା ଅଛି ହଟସ୍ପଟ ଏରିଆରେ ବୈଜ୍ଞାନିକ ପଦ୍ଧତିରେ ବିଶୋଧନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ପାନୀୟ ଜଳର ଉତ୍ସର ପାଣିକୁ ଦୁଇ ତିନି ଥରେ ପରୀକ୍ଷା କରିବା ପରେ ଯଦି ଡାଇରିଆ ଜୀବାଣୁ ଚିହ୍ନଟ ହେଉଛନ୍ତି ତେବେ ସେଥିରୁ ଯେମିତି କେହି ପାଣି ବ୍ୟବହାର ନକରିବେ ସେଥିପ୍ରତି ନଜର ରଖାଯାଇଛି । 

ବାସି ଖାଦ୍ୟ ବିକ୍ରି ଉପରେ ନଜର ରଖାଯାଇଛି । ଫାଇନ ଆଦାୟ ହେଉଛି ‌ ଭଦ୍ରକ ଜିଲ୍ଲାରେ ଲକ୍ଷେ ଟଙ୍କା ଫାଇନ୍‌ ଆଦାୟ ହୋଇଛି । ଡାଇରିଆ ପରିସ୍ଥିତିକୁ ପ୍ରତିହତ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଔଷଧ, ଡାକ୍ତର, ବେଡ୍ ଆବଶ୍ୟକ ପରିମାଣର ଉପଲବ୍ଧ ଅଛି । ଡାଇରିଆ ଲକ୍ଷଣ ଦେଖାଦେବା ମାତ୍ରେ ହସ୍ପିଟାଲ ଆସିବା ପାଇଁ ମନ୍ତ୍ରୀଙ୍କ ନିବେଦନ । ପାଣିରୁ ଡାଇରିଆ ବ୍ୟାପୁଥିବା ମନ୍ତ୍ରୀ କହିଛନ୍ତି । ଯାଜପୁର ଜିଲ୍ଲାରେ ଘରକୁ ଘର ଯାଇ ଆଶା କର୍ମୀମାନେ ସାବୁନ ବାଣ୍ଟୁଛନ୍ତି । ସ୍କୁଲ ପିଲାଙ୍କୁ କିଭଳି ନହେବ ସେଥିପାଇଁ ଯାଜପୁର ଏବଂ ଭଦ୍ରକ ଜିଲ୍ଲାରେ ସ୍କୁଲ ଛୁଟି କରାଯାଇଛି । ସରକାରୀ ଭାବେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।


You Can Read:

ଆସନ୍ତା ୨୪ ତାରିଖ ଯାଏଁ ଯାଜପୁର ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.