ସାନଖେମୁଣ୍ଡି ବ୍ଲକ୍ ଅଞ୍ଚଳରେ ଝାଡ଼ାବାନ୍ତି ଆତଙ୍କ : ୩ ଜଣଙ୍କ ମୃତ୍ୟୁ ଅଭିଯୋଗ, ୧୦ରୁ ଅଧିକ ଆକ୍ରାନ୍ତ

Published By : Prameya-News7 Bureau | July 23, 2025 IST

ଦିଗପହଣ୍ଡି ୨୩।୭: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଟି.ଗୋବିନ୍ଦପୁର ପଞ୍ଚାୟତ ଦାମପୁର ଗାଁରେ ଝାଡାବାନ୍ତି କାୟା ବିସ୍ତାର କରୁଛି । ମଙ୍ଗଳବାର ଝାଡାବାନ୍ତିରେ ସଂକ୍ରମିତ ହୋଇ ସମ୍ବାରୁ ମଲ୍ଲିକ ଏବଂ କାନ୍ଦରା ମଲ୍ଲିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ପୁଣି ଆଉ ଜଣେ ମହିଳାଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ନାମ ଶୁକୁରି ମଲ୍ଲିକ ବୋଲି ଜଣାପଡିଛି । ଝାଡାବାନ୍ତିରେ ଗ୍ରାମର ମୋଟ୍ ୧୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା ସଙ୍କଟାପନ୍ନ ହୋଇଥିବା ଲୋକଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । 

ସେହିପରି ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଫାସିଗୁଡା ଗ୍ରାମରେ ଗତ ଶନିବାର ଠାରୁ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ୫ ଜଣ ଏଥିରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି ।  ଗ୍ରାମରେ ଭ୍ରାମ୍ୟମାଣ ମେଡିକାଲ ଟିମ୍‌ ପହଞ୍ଚି ଗ୍ରାମବାସୀଙ୍କୁ ସଚେତନ କରାଇବା ସହ ଝାଡ଼ାବାନ୍ତି ପ୍ରତିରୋଧକ ଔଷଧ ବଣ୍ଟନ କରିଥିଲେ । 

ସେହିପରି ଗ୍ରାମ୍ୟ ଓ ଜଳ ପରିମଳ ବିଭାଗ ପକ୍ଷରୁ କର୍ମଚାରୀ ପହଞ୍ଚି ପାଣି ନମୁନା ପରୀକ୍ଷଣ କରିବା ସହ ଗ୍ରାମରେ ରହିଥିବା ସମସ୍ତ ନଳକୂପ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ସହ ବିଶୋଧନ କରିଥିବା ଜଣାପଡ଼ିଛି ।

You Can Read:

ଛାତ୍ରୀ ଯୌନ ନିର୍ଯାତନା ଘଟଣାରେ ଏତଲା ଦେଲେ ଉପ ଜିଲ୍ଲାପାଳ, କଲେଜ ଅଧ୍ୟକ୍ଷ-ଅଧ୍ୟାପକ ଫେରାର ସୂଚନା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.