ଭୁବନେଶ୍ବର ୧୩।୬: ପିଇବା ପାଣିରୁ ବ୍ୟାପି ଥାଇପାରେ ଡ଼ାଇରିଆ । ଲ୍ୟାବ୍ ରିପୋର୍ଟ ଆସିବା ପରେ ଏ ନେଇ ସ୍ପଷ୍ଟ ହେବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ଯାଜପୁର ଡାଇରିଆ ନେଇ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଦିନ ୩ଟାରେ ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ । ଏଯାଏଁ ୫ ଜଣ ମୃତ୍ୟୁବରଣ କରିଥିବ ବେଳେ ୨୪୫ ଜଣ ଚିକିତ୍ସାଧୀନ ଅଛନ୍ତି । ଆଗୁଆ ମୌସୁମୀ ଏହାର କାରଣ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ତେଣୁ ସମସ୍ତଙ୍କୁ କୁହାଯାଉଛି ଭଲ ପାଣି ବ୍ୟବହାର କରନ୍ତୁ । ଭଣ୍ଡାରୀପୋଖରୀକୁ ଡାକ୍ତରୀ ଟିମ୍ ପଠାଯାଇଛି । ଡବ୍ଲୁଏଚ୍ଓ, ଆଇସିଏମ୍ଆର୍ ଟିମ୍ ଗ୍ରାଉଣ୍ଡରେ ଅଛନ୍ତି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
You Can Read:
ଦିଲ୍ଲୀକୁ ଚୋରାରେ ଗଞ୍ଜେଇ ଚାଲାଣ କରୁଥିଲେ, ୩୦ କିଲୋ ଗଞ୍ଜେଇ ସହ ଧରାପଡିଲେ ୩ ମହିଳା