ନୂଆଦିଲ୍ଲୀ ୨୧/୦୬: ଅହମଦାବାଦ ବିମାନ ଦୁର୍ଘଟଣା ପରେ ଆକ୍ସନ ମୁଡ୍ରେ DGCA । ଏୟାର ଇଣ୍ଡିଆ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ । କଠୋର ଆଭିମୁଖ୍ୟ ସ୍ୱରୁପ କ୍ରୁ ସିଡଲ୍ୟୁିଂ ବିଭାଗର ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛି ।
ବିମାନ ସୁରକ୍ଷା ପ୍ରୋଟକଲର ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏମାନେ ହେଲେ ମଧ୍ୟରେ ଚୁରା ସିଂହ (ଡିଭିଜନାଲ ଭାଇସ୍ ପ୍ରେସିଡେଣ୍ଟ), ପିଙ୍କି ମିତ୍ତଲ (ମୁଖ୍ୟ ପରିଚାଳକ- କ୍ରୁ ସିଡଲ୍ୟୁିଂ) ଏବଂ ପାୟଲ ଆରୋରା (କ୍ରୁ ସିଡଲ୍ୟୁିଂ- ପ୍ଲାନିଂ) ଅନ୍ତର୍ଭୁକ୍ତ । DGCA ସ୍ପଷ୍ଟ କରିଛି ଯେ ଏହି ଅଧିକାରୀମାନଙ୍କୁ କ୍ରୁ ସିଡଲ୍ୟୁିଂ ଦାୟିତ୍ୱରୁ ତୁରନ୍ତ ବହିଷ୍କାର କରାଯିବ ।
DGCA ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଅଧିକାରୀମାନେ ଅନେକ ଗୁରୁତର ତ୍ରୁଟିରେ ଜଡିତ ଥିବା ଜଣାପଡିଛି । ଏହି ନିର୍ଦ୍ଦେଶ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୨୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟୁ ହେବାର କିଛି ଦିନ ପରେ ଏହି ଖବର ଆସିଛି । ମୃତକଙ୍କ ମଧ୍ୟରେ କେବଳ ବିମାନରେ ଥିବା ବ୍ୟକ୍ତି ନୁହଁନ୍ତି ବରଂ ଜନବସତିରେ ଥିବା ଅନେକ ଲୋକ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି ।