ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଜଣେ ବ୍ୟକ୍ତିଙ୍କ ଉଦ୍ୟମ, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | August 22, 2025 IST

ପୁରୀ ୨୨/୦୮: ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ।  ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ। ନୃସିଂହ ମନ୍ଦିର ଦେଇ ପ୍ରାୟ ୫ ଫୁଟ ଉପରକୁ ଚଢିଥିଲେ ଜଣେ ଭକ୍ତ। ସମ୍ପୃକ୍ତ ଜଣକ ଭକ୍ତ ହେଉଛନ୍ତି ଉତ୍ତରପ୍ରଦେଶର ମନୋଜ ସିଂ। ଶ୍ରୀମନ୍ଦିର ଉପରକୁ ଚଢିବା ଅବସ୍ଥାରେ କାବୁ କରି ତଳକୁ ଆଣିଲେ ସୁରକ୍ଷାକର୍ମୀ। ଶ୍ରୀମନ୍ଦିର ଗାରଦରେ ସମ୍ପୃକ୍ତ ଭକ୍ତଙ୍କୁ ରଖାଯାଇଛି ଅଟକ।

ସୂଚନା ଥାଉକି, ପୁଣି ଶ୍ରୀମନ୍ଦିରେ ଉପରକୁ ଚଢିଗଲେ ଜଣେ ଭକ୍ତ । ସେ ଉତ୍ତର ପ୍ରଦେଶ ଆଜମଗଡର ମନୋଜ ସିଂହ ହୋଇଥିବା ସୂଚନା । ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅଟକ ରଖାଯାଇଛି । ପଶ୍ଚିମ ଦ୍ୱାର ଦେଇ ନୃସିଂହ ମନ୍ଦିର ଦେଇ ଚଢିବାକୁ ଉଦ୍ୟମ କରୁଥିବାବେଳେ ଧରାପଡିଥିଲେ । 

କହିବାକୁ ଗଲେ ଏ ଘଟଣା ନୁଆ ନୁହେଁ । ପୂର୍ବରୁ ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଛି ଅନେକ ପ୍ରଶ୍ନ । ବାରମ୍ୱାର ଏପରି ଘଟିଚାଲିଛି । କିଛି ଦିନ ତଳେ ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ ବେଳେ ଧରାପଡିଥିଲେ ଜଣେ ବ୍ୟକ୍ତି । ବେହରଣ ଦ୍ୱାର ପଟରୁ ପ୍ରାୟ ୫ରୁ ୭ ଫୁଟ୍‌ ଚଢି ସାରିଥିବା ବେଳେ କାବୁ କରିଥିଲା ଜଗନ୍ନାଥ ମନ୍ଦିର ପୋଲିସ (JTP)। 

ପରେ ଉକ୍ତ ଯୁବକଙ୍କୁ ସିଂହଦ୍ୱାର ଥାନାରେ ଜିମା ଦେଇଛନ୍ତି ଜେଟିପି । ଅଟକ ବ୍ୟକ୍ତି ଜଣଙ୍କ ବିହାରର ବୋଲି ଜଣାପଡିଛି । ଏହା ପୂର୍ବରୁ ଗତ କିଛିଦିନ ତଳେ ଜଣେ ଭକ୍ତ ଚଷମାରେ ସ୍ପାଏ କ୍ୟାମ ଲଗାଇ ମନ୍ଦିର ଭିତରକୁ ପଶିଥିଲେ । ଅନେକ ଥରେ ଶ୍ରୀମନ୍ଦିର ଭିତରର ଫଟେୋ ବି ଭାଇରାଲ ହୋଇଛି ।  

also read...

ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ଢିଲା, ମନ୍ଦିର ଉପରେ ଚଢିବା ବେଳେ ବ୍ୟକ୍ତିଙ୍କୁ ବାନ୍ଧିଲା ପୋଲିସ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.