କଟକ ଗସ୍ତରେ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

Published By : Prameya-News7 Bureau | June 08, 2025 IST

କଟକ: ଡିସେମ୍ବର ସୁଦ୍ଧା ଶେଷ ହେବ ଚଣ୍ଡୀ ମନ୍ଦିର ଉନ୍ନତୀକରଣ କାର୍ଯ୍ୟ। ଏସସିବି କାର୍ଯ୍ୟ ମଧ୍ୟ ଶୀଘ୍ର ସାରିବାକୁ ଆଲୋଚନା ହୋଇଛି। ଏସସିବି କାମ ସାରିବା ପାଇଁ ଠିକା କମ୍ପାନି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହେବ। ରବିବାର କଟକ ଗସ୍ତ ସମୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସିଡିଏ ଅଧୀନରେ ଚାଲୁଥିବା କାର୍ଯ୍ୟ ଉପରେ ମଧ୍ୟ ଆଲୋଚନା କରାଯାଇଛି। ଏହା ଯେପରି ଶୀଘ୍ର ସରିବ ତା’ ଉପରେ ଗୁରୁତ୍ବ ଦିଆଯାଉଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଗ୍ରୀଡ ବସାଇବା ପାଇଁ ପ୍ରସ୍ତାବ ଆସିଛି। ଆହୁରି କିଛି ପ୍ରସଙ୍ଗ ରହିଯାଇଛି।ଯାହା ମୌସୁମୀ ଅଧିବେଶନ ପରେ ପରେ ଆଗାମୀ ବୈଠକରେ  ଆଲୋଚନା କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। 

ଆହୁରି ମଧ୍ୟ ଗସ୍ତ ସମୟରେ ସହରର ଆଇନଶୃଙ୍ଖଳା ସ୍ଥିତିର ମଧ୍ୟ ସମୀକ୍ଷା କରିଛନ୍ତି କେଭି ସିଂଦେଓ। ସମୀକ୍ଷାରେ ଉପସ୍ଥିତ ଥିଲା ଜିଲ୍ଲାର ସମସ୍ତ ବିଧାୟକ, ଡିସିପି, ଜିଲ୍ଲାପାଳ, କଟକ ଗ୍ରାମାଞ୍ଚଳ ଏସପିଙ୍କ ସମେତ ବିଭିନ୍ନ ଅଧିକାରୀ ସାମିଲ ରହିଥିଲେ। 

ତେବେ କଟକରେ ଚାଷର କିଭଳି ଉନ୍ନତି ହେବ ସେନେଇ ଆଲୋଚନା କରିବା ସହ ଚାଷୀମାନେ କିଭଳି ସଫଳ ହେବେ ସେନେଇ ଆଲୋଚନା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.