ବାଲେଶ୍ବର ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କଲେ ଉପ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସହିତ ଆଲୋଚନା

Published By : Prameya-News7 Bureau | July 03, 2025 IST

ଭୋଗରାଇ ୩।୭: ବନ୍ୟାଞ୍ଚଳ ପରିଦର୍ଶନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆକାଶ ମାର୍ଗ ଓ ରାସ୍ତାରେ ଯାଇ ଭରା ନଦୀରେ ବୋଟ୍ ଯୋଗେ ସ୍ଥିତି ଅନୁଧ୍ୟାନ କରି ଲୋକଙ୍କ ସହିତ ଆଲୋଚନା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଭୋଗରାଇ ବ୍ଲକ୍‌ର ୫୦ରୁ ଅଧିକ ଗାଁ ଏବେ ପାଣି ଘେରରେ ରହିଛି । ଲୋକଙ୍କ ପାଖରେ ଠିକ୍ ଭାବରେ ସରକାରୀ ସୁବିଧା ନପହଞ୍ଚିବାରୁ ନିଜେ ଉପ ମୁଖ୍ୟମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିବା ପରେ ଲୋକଙ୍କ ମନରେ ଟିକିଏ ଆଶ୍ବସ୍ତି ଆସିଛି ।

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତର ଏବେ ବି ପାଣି ଘେରରେ ୫୦ରୁ ଅଧିକ ଗାଁ । ଘରେ ଜଳୁନି ଚୁଲି । ବିଭିନ୍ନ ଜାଗାରେ ରିଲିଫ୍ ସହ ରନ୍ଧାଖାଦ୍ୟ ଦେଲେଣି ପ୍ରଶାସନ । ସ୍ଥିତି ସୁଧୁରିବାକୁ ଲାଗିବ ଆହୁରି କିଛି ଦିନ । ରିଲିଫ ନୁହେଁ ସୁବର୍ଣ୍ଣରେଖା ସଂସାର ଯୋଜନା କାର୍ଯ୍ୟକାରୀ ହେବା ଦରକାର ଲୋକେ ଦାବି କରିଛନ୍ତି । ସୁବର୍ଣ୍ଣରେଖା ନଦୀର ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ଭୋଗରାଇ ବ୍ଲକ୍‌ରେ ବିଭିନ୍ନ ଗାଁର ସ୍ଥିତି ଅନୁଧ୍ୟାନ ପାଇଁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସ୍ପିଡ୍ ବୋଟ୍‌ରେ ଭୋଗରାଇ ବ୍ଲକ୍‌ ପାଖରୁ ସୁବର୍ଣ୍ଣରେଖା ନଦୀରେ ବାଉଁଶ ଖଣା ଗାଁକୁ ଯାଇଥିଲେ, ସେଠାରେ ଲୋକଙ୍କ ସହିତ ବନ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ପାନୀୟ ଜଳ, ଶୁଖିଲା ଖାଦ୍ୟ, ପଲିଥିନ ତୁରନ୍ତ ବ୍ୟବସ୍ଥା କରାଯାଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଥିଲେ ।

ଉପ ମୁଖ୍ୟମନ୍ତ୍ରୀ ସହିତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ଜିଲ୍ଲାପାଳ ଓ ଏସ୍‌ପି ଉପସ୍ଥିତ ରହି ଭୋଗରାଇ ଓ ବାଲିଆପାଳ ଅଞ୍ଚଳ ଗସ୍ତ କରିଥିଲେ । ଏହାପରେ ତାଳସାରୀ ସ୍ଥିତ ଓଟିଡିସିରେ ଏକ ସମୀକ୍ଷା ବୈଠକ କରି ବନ୍ୟା ପ୍ରଭାବିତ ଅଞ୍ଚଳରେ ଗୋ-ଖାଦ୍ୟ ଯୋଗାଇବା ଓ ଲୋକଙ୍କୁ ୭ ଦିନ ରିଲିଫ ଦେବା ପାଇଁ ନିର୍ଦ୍ଦେଶ ଦେଇ ଫେରିଛନ୍ତି । 


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.