ବଦଳିଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟଙ୍କ କଲେଜ ସମୟ, ଏବେ ସକାଳ ୮ରୁ ରାତି ୮ ପର୍ଯ୍ୟନ୍ତ ଚାଲିବ ପାଠପଢା

Published By : Prameya-News7 Bureau | August 02, 2025 IST

ନୂଆଦିଲ୍ଲୀ ୨।୮: ଦିଲ୍ଲୀ ବିଶ୍ୱବିଦ୍ୟାଳୟର କଲେଜ ଏବେ ସକାଳ ୮ରୁ ରାତି ୮ ପର୍ଯ୍ୟନ୍ତ ଖୋଲା ରହିବେ। ଏଥି ଲାଗି ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଅଧିସୂଚନା ଜାରି ହୋଇଛି। ଏହି ଅଧିସୂଚନାକୁ ନେଇ ଏବେ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ବିଶ୍ୱବିଦ୍ୟାଳୟ ପ୍ରଶାସନର ତର୍କ ହେଉଛି ଏହା ଦ୍ୱାରା ସଂସାଧନର ସର୍ବୋତ୍ତମ ଉପଯୋଗ ହୋଇ ପାରିବ। ତେବେ ଶିକ୍ଷକମାନଙ୍କ କହିବା କଥା ହେଉଛି ଏପରି ନିଷ୍ପତ୍ତି ବାସ୍ତବିକତାଠାରୁ ଭିନ୍ନ। 

ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ୪ ବର୍ଷିଆ ସ୍ନାତକ କାର୍ଯ୍ୟକ୍ରମରେ ଚତୁର୍ଥ ବର୍ଷ ଆରମ୍ଭ ସହ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିଛି ସତ ହେଲେ ନା ଏଥି ପାଇଁ ପର୍ଯ୍ୟାପ୍ତ ଶ୍ରେଣୀ ଗୃହ ଅଛି ନା ଆବଶ୍ୟକ ଫାକଲ୍ଟି ଅଛନ୍ତି ନା ବସିବାକୁ ସ୍ଥାନ।ଏହା ସତ୍ତ୍ୱେ ଶିକ୍ଷକଙ୍କ ଉପରେ ସପ୍ତାହକୁ ୪୦ ଘଣ୍ଟା କାର୍ଯ୍ୟ ଓ ଦୈନିକ ଶ୍ରେଣୀରେ ୫ ଘଣ୍ଟା ରହିବା ପାଇଁ ଚାପ ପକାଯାଉଛି। ଏଣୁ ଶିକ୍ଷକ ସଙ୍ଗଠନ କହିଛନ୍ତି ଯେ ଯଦି ଚତୁର୍ଥ ବର୍ଷ ପାଠପଢା ଲାଗି ଅତିରିକ୍ତ ସମୟ ଆବଶ୍ୟକ ହୁଏ ତେବେ ପ୍ରଥମେ ନୂଆ ଭବନ, ଲାଇବ୍ରେରୀ, ଲ୍ୟାବ ଓ ପରିବହନ ଭଳି ଭିତ୍ତିଭୂମି ଆବଶ୍ୟକତା ପୂରଣ କରାଯାଉ। 

ସକାଳୁ ରାତି ପର୍ଯ୍ୟନ୍ତ କଲେଜ ଖୋଲା ରଖିବାକୁ ନିଷ୍ପତ୍ତି ମହିଳା ଶିକ୍ଷକ ଓ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତାର କାରଣ ପାଲଟିଛି। ଏଣୁ ଇଣ୍ଡିଆନ ନ୍ୟାସନାଲ ଟିଚର୍ସ କଂଗ୍ରେସ (ଇଣ୍ଟେକ୍) ଅଧ୍ୟକ୍ଷ ପ୍ର.ପଙ୍କଜ କୁମାର ଗର୍ଗ କହିଛନ୍ତି ଯେ ବିନା ଭିତ୍ତିଭୂମି ବିକାଶରେ ଏପରି ସକାଳୁ  ରାତି ପର୍ଯ୍ୟନ୍ତ ପାଠ ପଢା ଏକ ଦାୟିତ୍ୱହୀନ ନିଷ୍ପତ୍ତି। ଏହି ପଦକ୍ଷେପ ନା କେବଳ ଶିକ୍ଷାର ମାନକୁ ନଷ୍ଟ କରିବ ବରଂ କାର୍ଯ୍ୟ ଜୀବନ ସନ୍ତୁଳନ ଓ ମହିଳା ସୁରକ୍ଷାକୁ ବିପଦରେ ପକାଇବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.