ନୂଆଦିଲ୍ଲୀ ୨।୭: ଜାତୀୟ ରାଜଧାନୀରେ ପ୍ରଦୂଷଣ ହ୍ରାସ ପାଇଁ ଦିଲ୍ଲୀ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ଦିଲ୍ଲୀରେ ଏବେ ୧୫ ବର୍ଷ ପୁରୁଣା ପେଟ୍ରୋଲ, ସିଏନଜି ବାହନ ସହିତ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ବାହନଙ୍କୁ ପେଟ୍ରୋଲ ପମ୍ପରେ ଇନ୍ଧନ ମିଳୁ ନାହିଁ। ଏବେ ଏହି ସବୁ ବାହନଙ୍କୁ ଏଣ୍ଡ ଅଫ ଲାଇଫ (ଇଓଏଲ) ଶ୍ରେଣୀରେ ଗଣା ଯାଉଛି। ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଜୁଲାଇ ୧ ତାରିଖରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି।
ସରକାରଙ୍କ କାର୍ଯ୍ୟାନୁଷ୍ଠାନର ପ୍ରଭାବ ଏବେ ପୁରୁଣା ବାହନ ଉପରେ ଦେଖିବାକୁ ମିଳିଲାଣି। ପୁରୁଣା ଗାଡି ଦର ଏବେ ବେଶ୍ ହ୍ରାସ ହୋଇଛି। ଏଥିରେ ମିଡିଆ ରିପୋର୍ଟ ଅନୁସାରେ ଦିଲ୍ଲୀରେ ୮୪ଲକ୍ଷ ଟଙ୍କା ମୂଲ୍ୟର ପୁରୁଣା ମର୍ସିଡିଜ ବେଞ୍ଜ ଗାଡ଼ି ମାତ୍ର ଅଢେଇଲକ୍ଷ ଟଙ୍କାରେ ମିଳି ଯାଉଛି। କାରଣ ପୁରୁଣା ଗାଡ଼ି କିଣିବାକୁ ଜାତୀୟ ରାଜଧାନୀରେ ଏବେ ଗ୍ରାହକ ମିଳୁ ନାହାନ୍ତି। ରାଜଧାନୀ ଦିଲ୍ଲୀରେ ୧ ଜୁଲାଇରୁ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଓ ସିଏନଜି କାର ସହିତ ୧୦ ବର୍ଷ ପୁରୁଣା ଡିଜେଲ ବାହନଙ୍କୁ ପେଟ୍ରୋଲ ପମ୍ପ ଇନ୍ଧନ ଦେଉ ନାହାନ୍ତି।
A Delhi man had to sell his cherished Mercedes-Benz ML350, which he purchased for Rs 84 lakh in 2015, for just Rs 2.5 lakh.
— CA Sneha Tibrewal (@casnehatibrewal) July 2, 2025
The man who resides in Delhi, described the emotional toll of parting with the car that held significant sentimental value for his family.
In a… pic.twitter.com/3RLQwjMb85
ଏପରି ବାହନଙ୍କୁ ଏବେ ପେଟ୍ରୋଲ ପମ୍ପମାନଙ୍କରେ ଅଟୋମେଟେଡ ନମ୍ବର ପ୍ଲେଟ୍ ରିକଗ୍ନିଶନ (ଏଏନପିଆର) ପ୍ରାଣାଳୀରେ ଚିହ୍ନଟ କରାଯାଉଛି। ଏ ନେଇ ପେଟ୍ରୋଲ ପମ୍ପମାନଙ୍କୁ ସ୍ପଷ୍ଟ ସୂଚନା ବୋର୍ଡ ଲଗାଇବାକୁ ଓ କର୍ମଚାରୀଙ୍କୁ ସରକାରଙ୍କ ନୂଆ ନୀତି ସମ୍ପର୍କରେ ପ୍ରଶିକ୍ଷିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ପରିବହନ ବିଭାଗ ଏହି ନିୟମକୁ ପ୍ରଭାବୀ ରୂପେ ଲାଗୁ କରିବାକୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟର (ଏସଓପି) ଜାରି କରିଛନ୍ତି।
ଏଥିରେ ସବୁ ଫ୍ୟୁଲ ଷ୍ଟେସନମାନଙ୍କୁ ଇନ୍ଧନ ଦେବାକୁ ମନା କରିବାର ସବୁ ମାମଲା ରେକର୍ଡ ରଖିବାକୁ ମଧ୍ୟ କୁହାଯାଇଛି। ଏଣୁ ନିୟମ ଉଲ୍ଲଂଘନକାରୀ ବାହନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇ ପାରିବ। ଆବଶ୍ୟକତା ସ୍ଥଳେ ଇଓଏଲ ବାହନଙ୍କୁ ଜବତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଆଇନ ପାଳନ ନ ହେବା ସ୍ଥିତିରେ ମୋଟର ବାହନ ଅଧିନିୟମ ୧୯୮୮ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।