ବୋଲବମ ଯାତ୍ରା ପାଇଁ ଦିଲ୍ଲୀ ସରକାରଙ୍କ ଘୋଷଣା; କ୍ୟାମ୍ପକୁ ଦିଆଯିବ ମାଗଣା ବିଜୁଳି, କମିଟିକୁ ସିଧା ମିଳିବ ଟଙ୍କା

Published By : Prameya-News7 Bureau | June 24, 2025 IST

Photo: internet

ନୂଆଦିଲ୍ଲୀ: ବୋଲବମ ଯାତ୍ରାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ବଡ଼ ଘୋଷଣା। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ସରକାର ବୋଲବମ କମିଟିଙ୍କୁ ବିନା କୌଣସି ଟେଣ୍ଡର ପ୍ରକ୍ରିୟାରେ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫରରେ ଟଙ୍କା ପଠାଇବେ। ଏହାଦ୍ବାରା ଦୁର୍ନୀତି କମ୍ ହେବ। ରେଖା ଗୁପ୍ତା କହିଛନ୍ତି ଶ୍ରାବଣ ମାସରେ ବୋଲବମ୍ ଯାତ୍ରା ଏକ ବଡ଼ ଧାର୍ମିକ ଉତ୍ସବ। ଏଥିପାଇଁ ପୂରା କ୍ୟାବିନେଟ ଐତିହାସିକ ନିଷ୍ପତ୍ତି ନେଇଛି। ପୂର୍ବ ସରକାର ଏହାକୁବି ଦୁର୍ନୀତି ଆଡ୍ଡା କରିଥିଲା। ବୋଲବମ ଆୟୋଜନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲା। କିନ୍ତୁ ଜନତାଙ୍କ ପାଖକୁ କିଛି ପହଞ୍ଚୁନଥିଲା।

ରେଖା ଗୁପ୍ତା କହିଛନ୍ତି ଏବେ ସିଧାସଳଖ ବୋଲବମ କମିଟିଙ୍କୁ ହାରାହାରି ୫୦ ହଜାର ଟଙ୍କା ଏବଂ ଅଧିକାଂଶ ୧୦ ଲକ୍ଷ ଟଙ୍କା ଦିଆଯିବ। ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଦ୍ବାରା ପୂରା ଅର୍ଥ ପଠାଯିବ।  ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ସୁଲଭ କରାଯିବ। ଏଥିପାଇଁ ଜୁଲାଇ ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହି ଯୋଜନାର ନାଁ ରହିଛି ‘ମୁଖ୍ୟମନ୍ତ୍ରୀ ଧାର୍ମିକ ଉତ୍ସବ’ ।ମୁଖ୍ୟମନ୍ତ୍ରୀ କହିଛନ୍ତି କପିଲ ମିଶ୍ରାଙ୍କ ସହ ଚାରି ବିଧାୟକ ରହିବେ। ସେମାନେ ସବୁ ତଦାରଖ କରିବେ।

ରେଖା ଗୁପ୍ତା ବୋଲବମ କ୍ୟାମ୍ପକୁ ମାଗଣା ବିଜୁଳି ଦିଆଯିବା ନେଇ ଘୋଷଣା ମଧ୍ୟ କରିଛନ୍ତି। ସରକାର ୧୨୦୦ ୟୁନିଟ ଖର୍ଚ୍ଚ ସରକାର ବହନ କରିବେ। ଏକ ସ୍ବତନ୍ତ୍ର କମିଟି ଗଠନ କରାଯିବ। ଯାହାର ନିରୀକ୍ଷଣ ପୂରା ଦାୟିତ୍ବ ଏସଡିଏମଙ୍କ ରହିବ। ସେ ଜିଓ ଟ୍ୟାଗିଂ କରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.