ନୂଆଦିଲ୍ଲୀ ୨୦/୦୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ । ଜନଶୁଣାଣି ବେଳେ ଏହି ଆକ୍ରମଣ ହୋଇଥିବା ଖବର ଆସିଛି । ଏହି ଜନଶୁଣାଣି ମୁଖ୍ୟମନ୍ତ୍ରୀଙ୍କ ସିଭିଲ ଲାଇନ୍ସସ୍ଥିତ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଅଧିକାରୀଙ୍କ ଅନୁଯାୟୀ, ଯେତେବେଳେ ମୁଖ୍ୟମନ୍ତ୍ରୀ ଜନଶୁଣାଣି କରୁଥିଲେ ।
ଜଣେ ବ୍ୟକ୍ତି ତାଙ୍କ ଅଭିଯୋଗ ନେଇ ସେଠାରେ ପହଞ୍ଚିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିଥିଲେ। ତେବେ ଏହି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ହେପାଜତକୁ ନିଆଯାଇଛି ।
ଦିଲ୍ଲୀ ବିଜେପି ମୁଖପାତ୍ର ପ୍ରବୀଣ ଶଙ୍କର ମଧ୍ୟ କହିଛନ୍ତି ଯେ ଜନଶୁଣାଣି ବାହାନାରେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଗୁପ୍ତାଙ୍କ ପାଖକୁ ଯାଇଥିଲେ । ସେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ କିଛି କାଗଜପତ୍ର ଦେଇଥିଲେ, ତା'ପରେ ଚିତ୍କାର କରି ତାଙ୍କୁ ଚାପୁଡ଼ା ମାରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ବ୍ୟକ୍ତିଙ୍କ ବୟସ ୪୧ ବର୍ଷ ହେବ ବୋଲି ଜଣାପଡିଛି । ସେ ଗୁଜରାଟ ରାଜକୋଟ ଅଞ୍ଚଳର ବୋଲି ଜଣାପଡିଛି । ସେପଟେ ଦିଲ୍ଲୀ ବିଜେପି ଏହି ଘଟଣାର ନିନ୍ଦା କରିଛି।
One person apprehended and taken to Civil Lines Police Station in connection with attack on Delhi CM Rekha Gupta during Jan Sunvai at CM Residence: Delhi Police https://t.co/V3SAreaKgo
— ANI (@ANI) August 20, 2025
ବିଜେପି ନେତା ରମେଶ ବିଧୁରୀ କହିଛନ୍ତି ଯେ ମୁଁ ଭାବୁଛି ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ କରିବାର ଏହି ପ୍ରୟାସ ଜନଶୁଣାଣିକୁ ପଥଭ୍ରଷ୍ଟ କରିବା ଉଦ୍ଦେଶ୍ୟରେ କରାଯାଇଛି। ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ଘଟଣାର ତଦନ୍ତ କରାଯାଉଛି।