ବୈପାରିଗୁଡ଼ା: ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର। ସୋମବାର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଭରୁଆବାଡ଼ି ଜଙ୍ଗଲରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ, ଭରୁଆବାଡ଼ି ଗାଁ ଲୋକ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବାବେଳେ ଜଙ୍ଗଲରେ ମୃତଦେହ ପଡ଼ିଥିବା ଦେଖିଥିଲେ।
ଖବର ପାଇ ବୈପାରିଗୁଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ୍ ସାହାଯ୍ୟ ନେଇଛି । ମୃତଦେହଟି ଜଣେ ପୁରୁଷଙ୍କ ହୋଇଥିବା ସନ୍ଦେହ କରାଯାଇଛି। ତେବେ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ହିଁ ମୃତ୍ୟୁର କାରଣ ସହ ମୃତକଙ୍କ ପରିଚୟ ମିଳିପାରିବ ବୋଲି କହିଛନ୍ତି ବୈପାରିଗୁଡ଼ା ଥାନା ଆଇଆଇସି ରଶ୍ମି ରଂଜନ ପ୍ରଧାନ।