ଟେଷ୍ଟ ଫର୍ମାଟରୁ ଏହି ତାରିଖରୁ ଅବସର ନେବେ ଡେଭିଡ୍‌ ଓ୍ଵାର୍ଣ୍ଣର, ଟି-୨୦ ପାଇଁ ବି ଦେଲେ ସଙ୍କେତ

Published By : Prameya-News7 Bureau | June 03, 2023 IST

ନୂଆଦିଲ୍ଲୀ: ଜୁନ ୭ରୁ ଖେଳା ଯିବାକୁ ଥିବା ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ୍‌ ପୂର୍ବରୁ ଅଷ୍ଟ୍ରେଲିଆର ଭେଟେରାନ୍‌ ବାମହାତୀ ବ୍ୟାଟର୍‌ ଡେଭିଡ୍‌ ଓ୍ବାର୍ଣ୍ଣର ଟେଷ୍ଟ ଫର୍ମାଟରୁ ଅବସର ନେବାକୁ ସଙ୍କେତ ଦେଇଛନ୍ତି । ଆସନ୍ତା ବର୍ଷ ଜାନୁଆରୀରେ ଘରୋଇ ସିଡନୀ ଗ୍ରାଉଣ୍ଡରେ ହେବାକୁ ଥିବା ପାକିସ୍ତାନ ବିପକ୍ଷ ସିରିଜ୍‌ ପରେ ଟେଷ୍ଟ କ୍ୟାରିୟର ସମାପ୍ତ କରିବାକୁ ଚାହୁଁଛି ବୋଲି ଓ୍ଵାର୍ଣ୍ଣର କହିଛନ୍ତି।

ଭାରତ ବିପକ୍ଷରେ ଆସନ୍ତା ସପ୍ତାହରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ପାଇଁ ଶେଷ ମୁହୁର୍ତ୍ତରେ ଓ୍ଵାର୍ଣ୍ଣରଙ୍କୁ ଦଳରେ ସାମିଲ କରାଯାଇଥିଲା । ତେବେ ଶନିବାର ଅଭ୍ୟାସ ପୂର୍ବରୁ ଟେଷ୍ଟ ଫର୍ମାଟରୁ ଅବସର ନେବା ନେଇ ପୂର୍ବ ସଙ୍କେତ ଦେଇଛନ୍ତି ଅଷ୍ଟ୍ରେଲିଆର ଏହି ଓପନର ବ୍ୟାଟର । ଓ୍ଵାର୍ଣ୍ଣର ବେଶ୍‌ କିଛି ଦିନ ହେଲା ରନ୍‌ କରିବାକୁ ସଂଘର୍ଷ କରୁଛନ୍ତି। ଟି-୨୦ରେ ଅବସର ନେଇ ଓ୍ଵାର୍ଣ୍ଣର କହିଛନ୍ତି, 'ଦଳରେ ସ୍ଥାନ ବଜାୟ ରଖିବାକୁ ହେଲେ ରନ୍‌ କରିବାକୁ ହେବ । ତେଣୁ ୨୦୨୪ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ହୁଏତ ମୋର ଶେଷ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହୋଇପାରେ ବୋଲି ଓ୍ଵାର୍ଣ୍ଣର କହିଛନ୍ତି।

Australia batter David Warner: This is probably my last year in  international cricket | Cricket News | Sky Sports

ଡେଭିଡ୍‌ ଓ୍ବାର୍ଣ୍ଣର କହିଛନ୍ତି, ଯଦି ଭାରତ ବିପକ୍ଷ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚ୍‌ ଓ ଆସେସ୍‌ ସିରିଜରେ ରନ୍‌ କରିବାକୁ ସକ୍ଷମ ହୁଏ ଏବଂ ପାକିସ୍ତାନ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରେ ତେବେ ମୁଁ ଆରାମରେ ଅବସର ନେଇ ପାରିବି'। ସୂଚନାଯୋଗ୍ୟ ଚଳିତ ବର୍ଷ ଡିସେମ୍ବର ମାସରେ ପାକିସ୍ତାନ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ ଅଷ୍ଟ୍ରେଲିଆ। ସିରିଜର ଶେଷ ମ୍ୟାଚ୍‌ ଜାନୁଆରୀ ୩ ତାରିଖରୁ ସିଡନୀରେ ଖେଳାଯିବ । ପରେ ପରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ସିରିଜ ଖେଳିବ ଅଷ୍ଟ୍ରେଲିଆ । ତେବେ ଏହା ପୂର୍ବରୁ ହୁଏତ ଡେଭିଡ୍‌ ଓ୍ବାର୍ଣ୍ଣର ଟେଷ୍ଟ ଫର୍ମାଟରୁ ଅବସନ ନେଇପାରନ୍ତି ।

Cricket Australia stands firm on David Warner review process, labels  ball-tampering claims 'unfounded' - ABC News

ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍‌ ଓ୍ବାର୍ଣ୍ଣର ମୋଟ ୧୦୩ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ୮୧୫୮ ରନ୍‌ କରିଛନ୍ତି । ଯେଉଁଥିରେ ସର୍ବାଧିକ ସ୍କୋର ରହିଛି ୩୩୫ ରନ୍‌ । ଲମ୍ବା ଟେଷ୍ଟ କ୍ୟାରିୟର ମଧ୍ୟରେ ୩୪ଟି ଅର୍ଦ୍ଧଶତକ ଓ ୨୫ଟି ଶତକ ସାମିଲ ରହିଛି । ସେହିଭଳି ଟି-୨୦ ଫର୍ମାଟରେ ଓ୍ବାର୍ଣ୍ଣର ମୋଟ ୯୯ ମ୍ୟାଚ୍‌ ଖେଳିଥିବା ବେଳେ ୨୪ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ସହିତ ୨୮୯୪ ରନ କରିଛନ୍ତି ।

wp:heading {"level":4}

ଏ ଖବର ପଢନ୍ତୁ- ଡେଭିଡ୍ ଓ୍ଵାର୍ଣ୍ଣର କହିଲେ ସେହି ଦୁଇ ଭାରତୀୟ ଖେଳାଳିଙ୍କ ନାଁ, ଯିଏ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ନେଇ ପାରନ୍ତି ରୋହିତ ଶର୍ମାଙ୍କ ସ୍ଥାନ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.