ଭୁବନେଶ୍ବର ୩୦।୭: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍ । କୁମ୍ଭୀର ଆକ୍ରମଣକୁ ରୋକିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇଛି । ଏ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି, ନଦୀ ତଟରେ ବ୍ଲାକ୍ ସ୍ପଟ୍ ଚିହ୍ନଟ କରାଯିବା ସହ ବ୍ୟାରିକେଡ୍ କରାଯିବ । ଏହାସହ ସତର୍କତା ସାଇନ୍ ବୋର୍ଡ ଲାଗିବ । ଯେଉଁ ସ୍ଥାନରେ କୁମ୍ଭୀରଙ୍କ ଗତିବିଧି ଅଧିକ ରହୁଛି ସେ ସ୍ଥାନରେ ସରକାର ଅଧିକ ସତର୍କତା ଅବଲମ୍ବନ କରିବେ । କେନ୍ଦ୍ରାପଡ଼ା ଓ ଜଗତସିଂପୁରରେ ଅଧିକ ବ୍ଲାକ୍ ସ୍ପଟ୍ ଚିହ୍ନଟ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
You Can Read:
ଭିଜିଲାନ୍ସ ହାବୁଡ଼ରେ ଆଉ ଜଣେ ସହକାରୀ ଯନ୍ତ୍ରୀ, ଝରକାରେ ଟଙ୍କା ଭର୍ତ୍ତି ବ୍ୟାଗ୍ ଫିଙ୍ଗି ଧରାପଡ଼ିଗଲେ