ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ : ବୋର୍ଡ ସଭାପତି ଓ ଉପ ସଭାପତିଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା

Published By : Prameya-News7 Bureau | August 02, 2025 IST

କଟକ ୨।୮: ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ମାମଲାରେ ଆଜି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କୁ ପଚରା ଉଚୁରା କରିଛି କ୍ରାଇମବ୍ରାଞ୍ଚ । ଏହାପରେ ଉପ ସଭାପତି ନିହାର ମହାନ୍ତିଙ୍କୁ ଦୀର୍ଘ ୩ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ପଚରା ଉଚୁରା କରିଛି କ୍ରାଇମବ୍ରାଞ୍ଚ । କେମିତି ଉପ ସଭାପତିଙ୍କ ଲ୍ୟାପଟପ୍ କୁ ପ୍ରଶ୍ନପତ୍ର ଆସିଲା, ମୁଖ୍ୟ କାରପେଟ୍ ଦାର୍ ଜିତେନ୍ ମହାରଣା କେମିତି ଉପ ସଭାପତିଙ୍କ ଲ୍ୟାପଟପର ପାସୱାର୍ଡ ଜାଣିଲେ ଏସବୁକୁ ନେଇ ଉପ ସଭାପତିଙ୍କୁ ପଚାରିଥିଲା କ୍ରାଇମବ୍ରାଞ୍ଚ । 

ପୂର୍ବରୁ ବୋର୍ଡ଼ର କିଛି କର୍ମଚାରୀଙ୍କୁ ବି ଜେରା କରିଛି କ୍ରାଇମବ୍ରାଞ୍ଚ । ଏହାସହ କୋରାପୁଟ ଜିଲ୍ଲା ଜୟପୁରର ଶିବା ଜେରକ୍ସ ମାଲିକ ଶିବାନନ୍ଦଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ସାମ୍ନାରେ କରିଛି କ୍ରାଇମବ୍ରାଞ୍ଚ । ଶିବାନନ୍ଦଙ୍କ ଜେରକ୍ସ ଦୋକାନରେ ହାତ ଲେଖା ପ୍ରଶ୍ନପତ୍ର ପ୍ରିଣ୍ଟ ହୋଇଥିଲା । ପ୍ରିଣ୍ଟ କରିଥିଲେ ଗିରଫ ଶିକ୍ଷକ ପ୍ରଶାନ୍ତ ଖମାରୀ । ତେବେ ସବୁଠାରୁ ବଡ଼ କଥା ହେଲା କି ବୋର୍ଡର ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସମ୍ପର୍କୀୟଙ୍କ ଫାର୍ମରେ ହିଁ ଓଟିଇଟି ପ୍ରଶ୍ନପତ୍ର ଛପା ଯାଇଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି ।

You Can Read:

ଏଣିକି ଅଣ୍ଡା ନଖାଇଲେ ମିଳିବ ଫଳ, ଏହି ଦିନ ମଧ୍ୟାହ୍ନ ଭୋଜନରେ ଯୋଗାଇ ଦିଆଯିବ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.