ଦେଶରେ ୪ ହଜାର ଟପିଲା କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୫ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | June 03, 2025 IST

News7

ନୂଆଦିଲ୍ଲୀ: ପୁଣିଥରେ ଦେଶରେ କୋଭିଡ୍ ମାମଲା ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଦେଶରେ ସକ୍ରିୟ ମାମଲା ସଂଖ୍ୟା ୪,୦୨୬କୁ ବୃଦ୍ଧି ପାଇଛି। ଏହା ସହିତ, ଗତ ୨୪ ଘଣ୍ଟା ମଧ୍ୟରେ ୬୫ଟି ନୂତନ ମାମଲା ରିପୋର୍ଟ ହୋଇଛି। ୫ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।

କେଉଁ ରାଜ୍ୟରେ କେତେ ସକ୍ରିୟ ମାମଲା ଅଛି?

କେରଳରେ ସର୍ବାଧିକ ୧୪୧୬, ମହାରାଷ୍ଟ୍ର ୪୯୪, ଦିଲ୍ଲୀରେ ୩୯୩, ଗୁଜୁରାଟରେ ୩୯୭, ପଶ୍ଚିମବଙ୍ଗରେ ୩୭୨, କର୍ଣ୍ଣାଟକରେ ୩୧୧, ତାମିଲନାଡୁରେ ୨୧୫, ଉତ୍ତର ପ୍ରଦେଶରେ ୧୩୮, ରାଜସ୍ଥାନରେ ୭୫, ହରିଆଣାରେ ୪୪, ଆନ୍ଧ୍ର ପ୍ରଦେଶରେ ୨୮, ପୁଡୁଚେରୀରେ ୨୭, ମଧ୍ୟପ୍ରଦେଶରେ ୨୧, ବିହାର, ଛତିଶଗଡ଼ ଓ ଝାଡ଼ଖଣ୍ଡ ୧୧, ଜମ୍ମୁ ଏବଂ କାଶ୍ମୀର ଓ ପଞ୍ଜାବରେ ୯, ଗୋଆରେ ୮, ଆସାମରେ ୬, ତେଲେଙ୍ଗାନା ଓ ସିକିମରେ ୪, ଉତ୍ତରାଖଣ୍ଡରେ ୩, ମିଜୋରାମ ଓ ଚଣ୍ଡିଗଡ଼ରେ ୨ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ସମସ୍ତଙ୍କର ପୂର୍ବରୁ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଥିଲା। ଡାକ୍ତରଙ୍କ ଅନୁସାରେ, ବର୍ତ୍ତମାନ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ କିନ୍ତୁ ସତର୍କ ରହିବା ଉଚିତ। ବିଶେଷକରି ବୟସ୍କ ଏବଂ ପୂର୍ବରୁ ଅସୁସ୍ଥ ବ୍ୟକ୍ତିମାନଙ୍କୁ ଅଧିକ ସତର୍କ ରହିବା ଆବଶ୍ୟକ। ମାସ୍କ ପିନ୍ଧିବା, ହାତ ଧୋଇବା, ଭିଡ଼ ଏଡାଇବା ଏବଂ ଆବଶ୍ୟକ ହେଲେ ପରୀକ୍ଷା କରାଇବା ଗୁରୁତ୍ୱପୂର୍ଣ୍ଣ। ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି। ରାଜ୍ୟଗୁଡ଼ିକୁ କରୋନାର ମୁକାବିଲା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.