ଗୋଚାଲାଣ ବେଳେ ମହିଳା ପୋଲିସକୁ ଆକ୍ରମଣ ଅଭିଯୋଗ, ଭଦ୍ରକ ପୌରପାଳିକା ୨୪ନମ୍ୱର ୱାର୍ଡ କାଉନସିଲର ଗିରଫ

Published By : Prameya-News7 Bureau | July 23, 2025 IST

ଭଦ୍ରକ ୨୩।୭: ଗୋ-ତସ୍କରୀ ଓ ପୋଲିସକୁ ଆକ୍ରମଣ ଘଟଣାରେ କାଉନସିଲର ଗିରଫ । ଭଦ୍ରକ ପୌରପାଳିକାର ଅଲାଲପୁରରୁ ଏକ ସ୍କର୍ପିଓରେ ଗୋ-ଚାଲାଣ ସମୟରେ ପୁରୁଣା ପୋଲିସ ଅଟକାଇଥିଲା । ପୋଲିସକୁ ଆକ୍ରମଣ କରିଥିଲେ ୨୪ ନମ୍ୱର ୱାର୍ଡ କାଉନସିଲର ଜାହିଦ ସାହା ଓରଫ ଗୁତି ଓ ତାର ସହଯୋଗୀ । ଏହି ଘଟଣାରେ ଭଦ୍ରକ ପୌରପାଳିକାର ୨୪ ନମ୍ୱର ୱାର୍ଡର କଂଗ୍ରେସ କାଉନସିଲର ଜାହିଦ ସାହାକୁ ଗିରଫ କରିଛି । ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ପୁରୁଣାବଜାର ପୋଲିସର ସ୍ୱତନ୍ତ୍ର ଟିମ୍ ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ଅଲାଲପୁର ଗ୍ରାମରେ କିଛି ଅସାଧୁ ଗୋ-ତସ୍କର ମଙ୍ଗଳବାର ସକାଳ ସମୟରେ ଗୋରୁଙ୍କୁ ଏକ ସ୍କର୍ପିଓରେ ନେଉଥିବା ବେଳେ ପୋଲିସ ଅଟକାଇ ଯାଞ୍ଚ କରିଥିଲା । ସେହି ସମୟରେ ମହିଳା ପୋଲିସକୁ ମଧ୍ୟ ଗୋ-ମାଫିଆ  ଆକ୍ରମଣ କରିଥିଲେ । ତେବେ ସ୍କର୍ପିଓ ଓ ଗୋଟିଏ ଗୋରୁ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ପୁରୁଣାବଜାର ପୋଲିସ । ଏ ନେଇ ଅତିରିକ୍ତ ଏସ୍‌ପି ଅଂଶୁମାନ ଦ୍ବିବେଦୀ ସୂଚନା ଦେଇଛନ୍ତି । ତେବେ ଗିରଫ ଅଭିଯୁକ୍ତ ଯହିଦ ଶାହା ବୋଲି ପୋଲିସ ସୂଚନା ଦେଇଛି । ଏହି ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବା ନେଇ ଅତିରିକ୍ତ ଏସପି କହିଛନ୍ତି ।

You Can Read:

ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ଟି ବାଟାଲିଅନ ଗଠନକୁ ମଞ୍ଜୁରୀ, ପ୍ରତ୍ୟେକରେ ରହିବ ୧୦୪୦ ପଦବୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.