ନୂଆଦିଲ୍ଲୀ – ଉତ୍ତରାଖଣ୍ଡରେ ପୁଣି ଥରେ କରୋନା ସଂକ୍ରମଣର ଶବ୍ଦ ଶୁଭିଲାଣି। ରାଜ୍ୟରେ କୋଭିଡ-୧୯ର ଦୁଇଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ମୋଡକୁ ଆସିଛି, ବିଶେଷକରି ଚାରିଧାମ ଯାତ୍ରାକୁ ନେଇ ଚିନ୍ତା ବଢି ଯାଇଛି, କାରଣ ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସାରା ଦେଶରୁ ଉତ୍ତରାଖଣ୍ଡରେ ପହଞ୍ଚନ୍ତି, ଏଥିରେ ସଂକ୍ରମଣ ବ୍ୟାପିବାର ଚିନ୍ତା ବଢି ଯାଇଛି।
ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ , ନିକଟରେ ଦେରାଡୁନ୍ ଓ ନୈନିତାଲ ଜିଲ୍ଲାରେ ଦୁଇଜଣ ରୋଗୀଙ୍କ ଠାରେ କୋଭିଡ-୧୯ ସଂକ୍ରମଣର ସ୍ପଷ୍ଟ ହୋଇଛି, ଏହି ଦୁଇ ରୋଗୀଙ୍କ ଯାଞ୍ଚ ରିପୋର୍ଟ ପଜିଟିଭ୍ ଆସିବା ପରେ ବିଭାଗ ସତର୍କତା ବଢାଇ ଦେଇଛି, ରାଜ୍ୟର ହସ୍ପିଟାଲ ଗୁଡ଼ିକରେ ପୂର୍ବରୁ ହିଁ କୋଭିଡ୍ ପ୍ରୋଟେକଲକୁ ଆଉ ଥରେ ଲାଗୁ କରିବାର ସମ୍ଭାବନା ବଢିଛି।
ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ ଡା. ସୁନୀତା ଟମଟା କହିଛନ୍ତି ଯେ, ଦେଶରେ ଏବେସୁଦ୍ଧା ପାଖାପାଖି କରୋନା ସଂକ୍ରମଣର ମୋଟ ୨୭୭ ଟି ମାମଲା ସାମ୍ନାକୁ ଆସି ସାରିଛି। ଏହି ମାମଲା ତାମିଲନାଡୁ , ମହାରାଷ୍ଟ୍ର ଓ କେରଳରେ ଦେଖିବାକୁ ମିଳିଛି। ଉତ୍ତରାଖଣ୍ଡରେ ଏବେ କୌଣସି ଆକ୍ଟିଭ୍ କେସ୍ ନାହିଁ , କିନ୍ତୁ ଅନ୍ୟ ରାଜ୍ୟରୁ ଆସିଥିବା ଦୁଇ ଜଣ ରୋଗୀଙ୍କ ଠାରେ କରୋନା ସଂକ୍ରମଣର ସ୍ପଷ୍ଟ ହୋଇଛି।
ବର୍ତ୍ତମାନ ଯାତ୍ରା ପ୍ରଭାବିତ ହୋଇ ନାହିଁ –
ରାଜ୍ୟ ସରକାର ଜିଲ୍ଲା ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ନିଜ ନିଜ ସ୍ତରରେ କୋଭିଡ ଯାଞ୍ଚ ଓ ଚିକିତ୍ସା ସୁବିଧା ଗୁଡ଼ିକର ସମୀକ୍ଷା କରନ୍ତୁ। ଏହାସହ ଚାରଧାମ ଯାତ୍ରା ମାର୍ଗରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକୁ ମଧ୍ୟ ସକ୍ରିୟ କରାଯାଉଛି। ଆଗାମୀ ଦିନରେ ଯଦି ସଂକ୍ରମଣର ମାମଲା ବୃଦ୍ଧି ପାଏ ତ, ଯାତ୍ରାକୁ ନେଇ ନୂଆ ଗାଇଡଲାଇନ୍ ଜାରି କରାଯାଇ ପାରେ। ଏହି ମାମଲା ଗୁଡ଼ିକ ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଯାତ୍ରା ପ୍ରଭାବିତ ହୋଇ ନାହିଁ କି ଯାତ୍ରା ପ୍ରଭାବିତ ହେବାର କୌଣସି ସମ୍ଭାବନା ନାହିଁ , ସ୍ୱାସ୍ଥ୍ୟ ବିଭାଗ ସମସ୍ତଙ୍କୁ ସଚେତନ ହେବାକୁ ଅପିଲ କରିଛି।