କଂଗ୍ରେସର ଲକ୍ଷ୍ୟ ଓ ଆଦର୍ଶ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ମୂଳ ଉଦ୍ଦେଶ୍ୟ

Published By : Prameya-News7 Bureau | July 05, 2025 IST

କଟକ ୫।୭: ରାଜ୍ୟର ଦଳିତ ବର୍ଗଙ୍କ ସ୍ୱର ହେବ କଂଗ୍ରେସ । ସେମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦଳ ସବୁକିଛି କରିବାକୁ ପ୍ରସ୍ତୁତ ଅଛି ବୋଲି କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ କହିଛନ୍ତି । ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପାଇଁ କଟକ ଜିଲ୍ଲା କମିଟି ବୈଠକରେ ଅଜୟ ଲଲ୍ଲୁ ସାମିଲ ହୋଇଛନ୍ତି । 

କଟକ ଜିଲ୍ଲାରୁ ସର୍ବନିମ୍ନ ୧୫ ହଜାର କର୍ମୀ ଏବଂ ସମର୍ଥକ ରାହୁଲଙ୍କ ସଭାରେ ଯୋଗଦେବେ । ରାଜ୍ୟ ସରକାରଙ୍କ ବିଫଳତାକୁ ଏକ ରାଜନୈତିକ ପ୍ରସଙ୍ଗ କରିବାକୁ ଯାଉଛି କଂଗ୍ରେସ । ଏହା ବ୍ୟତୀତ କଂଗ୍ରେସର ଲକ୍ଷ୍ୟ ଓ ଆଦର୍ଶ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ହେଉଛି ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ମୂଳ ଉଦ୍ଦେଶ୍ୟ ବୋଲି କଂଗ୍ରେସ ପ୍ରଭାରୀ କହିଛନ୍ତି ।

You Can Read:

ମାଲିରେ ଅପହୃତ ଭାରତୀୟଙ୍କ ମଧ୍ୟରେ ରହିଛନ୍ତି ଗଞ୍ଜାମ ଯୁବକ, ଗତ ୩୦ତାରିଖରେ ଶେଷଥର କଥା ହୋଇଥିଲେ ପରିବାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.