ଭୁବନେଶ୍ୱର ୧୧/୦୭: ଭୁବନେଶ୍ୱରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ସିଧାସଳଖ ବରମୁଣ୍ଡା ପଡିଆ ଅଭିମୁଖେ ଯାତ୍ରା କରିଛନ୍ତି । ରାହୁଲ ବିମାନ ବନ୍ଦର ଛକରୁ ଜୟଦେବ ବିହାର ପର୍ଯ୍ୟନ୍ତ ଏକ ରୋଡ ସୋ’ କରିଛନ୍ତି ।
ରାହୁଲଙ୍କୁ ଶୁଣିବାକୁ ରାଜ୍ୟର କୋଣ ଅନୁକୋଣରୁ ଆସିବେ କଂଗ୍ରେସ କ୍ୟାଡର । ବରମୁଣ୍ଡା ପଡିଆରେ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେବା ପରେ ସିଧା ପାର୍ଟି ଅଫିସକୁ ଆସିବେ । କଂଗ୍ରେସ ଭବନରୁ ଶାସକ ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ । ଦିନ ୧୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ରାହୁଲ ।
ବିମାନବନ୍ଦରରୁ ବରମୁଣ୍ଡା ପଡ଼ିଆ ଯାଏଁ ରାହୁଲଙ୍କ ରୋଡ ସୋ’ । ମଧ୍ୟାହ୍ନ ୧୨ଟାରେ ସମ୍ବିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ । ସଭା ସରିବା ପରେ ଚାଷୀଙ୍କ ଦୁଇଟି ପ୍ରତିନିଧି ଦଳଙ୍କୁ ଭେଟିବେ । ଅପରାହ୍ନ ୩ଟାରେ କଂଗ୍ରେସ ଭବନରେ ରାଜନୈତିକ କମିଟି ସହ ବୈଠକ ହେବାର ଅଛି ।
ପରେ ବିଧାୟକ ଓ ପିସିସି କାର୍ଯ୍ୟକର୍ତ୍ତାଙ୍କ ସହ କରିବେ ଆଲୋଚନା । ସଂଧ୍ୟା ୫ଟାରେ ଦିଲ୍ଲୀ ଫେରିଯିବେ ରାହୁଲ । ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିର ଉତ୍ସାହିତ । ପରବର୍ତ୍ତୀ ରୋଡ ମ୍ୟାପ ପାଇଁ କଣ ଗୁରୁମନ୍ତ୍ର ଦେବେ ତାକୁ ଅପେକ୍ଷା । ସଭାମଞ୍ଚରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କିଭଳି ଘେରିବେ । କେଉଁ ପ୍ରସଙ୍ଗକୁ ନେଇ ଉଠାଇବେ ପ୍ରଶ୍ନ, ତା ଉପରେ ନଜର ।