Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ମୋଦୀ ସରକାରଙ୍କ ମନ୍ତ୍ର ‘କୁଛ କା ସାଥ, ଖୁଦ୍ କା ବିକାଶ, ସବକେ ସାଥ ବିଶ୍ଵାସଘାତ’ ଏବଂ ବିଜେପି ଏକ ‘ଭ୍ରଷ୍ଟ ଜୁମଲା ପାର୍ଟି’: କଂଗ୍ରେସ

22/01/2023 at 9:25 AM

ନୂଆଦିଲ୍ଲୀ: କଂଗ୍ରେସ ଶନିବାର କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ବା ଅଭିଯୋଗ ପତ୍ର  ଜାରି କରିଛି। ବିରୋଧୀ ପାର୍ଟି ବିଜେପିକୁ ‘ଭ୍ରଷ୍ଟ ଜୁମଲା ପାର୍ଟି’ର ଆଖ୍ୟା ଦେଇଛି ଏବଂ ଅଭିଯୋଗ କରିଛି ଯେ ଏହି ଦଳର ମନ୍ତ୍ର ‘କୁଛ କା ସାଥ, ଖୁଦ୍ କା ବିକାଶ, ସବକେ ସାଥ ବିଶ୍ଵାସଘାତ’। ପାର୍ଟି ଘୋଷଣା କରିଛି ଯେ, ଭାରତ ଯୋଡୋ ଯାତ୍ରାର ନେତୃତ୍ଵ ନେଉଥିବା ରାହୁଲ ଗାନ୍ଧୀ ଶ୍ରୀନଗରର ଲାଲଚୌକରେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବେ। ଏହା ପରେ ଶେର ଏ କାଶ୍ମୀର ଷ୍ଟାଡିୟମରେ ଏକ ଜନସଭାକୁ ସମ୍ବୋଧିତ କରିବେ। ଏଥିସହ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଚାଲିଥିବା ପଦଯାତ୍ରାର ପରିସମାପ୍ତି ଘଟିବ।

କଂଗ୍ରେସ ମୁଖ୍ୟାଳୟରେ ସାମ୍ବାଦିକଙ୍କୁ ସମ୍ବୋଧିତ କରି ପାର୍ଟିର ସାଧାରଣ ସଂପାଦକ ଜୟରାମ ରମେଶ ଏବଂ କେସି ବେଣୁଗୋପାଳ ପାର୍ଟିର ପରବର୍ତ୍ତୀ ଅଭିଯାନ ‘ହାଥ ସେ ହାଥ ଯୋଡୋ’ର ଲୋଗୋ ବିମୋଚନ କରିଛନ୍ତି। ଏହି ଲୋଗୋ ଭାରତ ଯୋଡୋ ଯାତ୍ରା ଲୋଗୋ ପରି ସମାନ। କେବଳ ଏତିକି ପାର୍ଥ୍ୟକ୍ୟ ଏଥିରେ କଂଗ୍ରେସର ନିର୍ବାଚନୀ ଚିହ୍ନ ‘ହାତ’କୁ ଯୋଡା ଯାଇଛି ଏବଂ ଦର୍ଶାଯାଇଛି ଯେ ଏହି ଅଭିଯାନ ଶତ ପ୍ରତିଶତ ରାଜନୈତିକ ହେବ।

ବେଣୁଗୋପାଳ କହିଛନ୍ତି, ଜାନୁଆରୀ ୨୬ରୁ ଆରମ୍ଭ ହେଉଥିବା କଂଗ୍ରେସର ଅଭିଯାନ ଆଧାରରେ ପାର୍ଟି ଚାର୍ଜସିଟ୍ ଏବଂ ଯାତ୍ରାର ସନ୍ଦେଶ ସହିତ ରାହୁଲଙ୍କ ପତ୍ରକୁ ଘର ଘର ପର୍ଯ୍ୟନ୍ତ ପହଞ୍ଚାଇବ। କଂଗ୍ରେସ ଦ୍ଵାରା ବିଜେପି ବିରୋଧରେ ଜାରି ଚାର୍ଜସିଟ୍ ଏକ ପୃଷ୍ଠା ବିଶିଷ୍ଟ। ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା- କୁଛ କା ସାଥ, ଖୁଦ୍‌ କା ବିକାଶ ଏବଂ ସବକେ ସାଥ ବିଶ୍ଵାସଘାତ।

ଏହି ଖବର ପଢନ୍ତୁ- ସତ୍ୟପ୍ରକାଶଙ୍କ କଂଗ୍ରେସ ମୋହ ଭାଙ୍ଗିଲା, ଛାଡିଲେ ହାତ

କୁଛ କା ସାଥ ଖଣ୍ଡ ଆଧାରରେ ପାର୍ଟି ଅଭିଯୋଗ କରିଛି ଯେ, କିଛି ବଛା ବଛା ବ୍ୟବସାୟୀଙ୍କ ଋଣଛାଡ, ଭାରତର ୬୪ ପ୍ରତିଶତ ସଂପତ୍ତି ରଖିଥିବା ୧୦ ପ୍ରତିଶତ ଧନୀଙ୍କ ପ୍ରତି ବିଜେପି ସରକାର ଦରଦ ଦେଖାଉଛି। ବେଣୁଗୋପାଳ କହିଛନ୍ତି, ଚାର୍ଜସିଟ୍ ସହ ପାର୍ଟି ସମ୍ବନ୍ଧିତ ରାଜ୍ୟ ସଭାପତି ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗପତ୍ର ପ୍ରସ୍ତୁତ କରିବ।

   Related Posts